ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୫ଜଣଙ୍କ ମଧ୍ୟରୁ ଭାପୁର ବ୍ଲକ୍ରୁ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଦଶପଲ୍ଲା ବ୍ଲକ୍ରୁ ୯ଜଣ, ଖଣ୍ଡପଡ଼ା ବ୍ଲକ୍ରୁ ଜଣେ, ଓଡ଼ଗାଁ ବ୍ଲକ୍ରୁ ୬ଜଣ ଓ ରଣପୁର ବ୍ଲକ୍ରୁ ୮ଜଣ ଚିହ୍ନଟ ହୋଇଛନ୍ତି । ମୋଟ ୮ଗୋଟି ବ୍ଳକ୍ରୁ ଆଜି ୫ଗୋଟି ବ୍ଲକ୍ରୁ ୨୫ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେ ସମସ୍ତ ୨୫ଜଣ ବାହ୍ୟ ଆକ୍ରାନ୍ତ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






