Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ପହଞ୍ଚିଲେ ଡିଜିପି ଅଭୟ

by ସଞ୍ଜୟ ସ୍ୱାଇଁ
April 20, 2020
in Feature News, Nayagarh, State
ନୟାଗଡ଼ରେ ପହଞ୍ଚିଲେ ଡିଜିପି ଅଭୟ
21
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ କରୋନାର ଭୟାବହତା ଲାଗିରହିଛି । ବିକାଶଶୀଳ ରାଷ୍ଟ୍ରଗୁଡିକ ଏହାର ମୁକାବିଲା ପାଇଁ ନାକେଦମ୍ ହୋଇସାରିଲେଣି । ସେହିପରି ଭାବରେ ଭାରତବର୍ଷରେ ମହାରାଷ୍ଟ୍ର ପରି ରାଜ୍ୟ ମଧ୍ୟ ଏକରକମ ବେଫିକର ହୋଇସାରିଲେଣି । ଓଡ଼ିଶାର କରୋନାର ପ୍ରଭାବ ବହୁ ପରିମାଣରେ ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କର କଟକଣା ଏବଂ ଜନସାଧାରଣଙ୍କର ସହଯୋଗ ପାଇଁ ରାଜ୍ୟରେ କରୋନାର ବୃଦ୍ଧି ଘଟୁନାହିଁ । କରୋନା ମୁକାବିଲା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଜି ଦିବା ୧ଘଟିକା ସମୟରେ ନୟାଗଡ଼ରେ ପହଞ୍ଚିଛନ୍ତି । ନୟାଗଡ଼ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ସ୍ଥିତି ପରଖିବା ସହ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟକରୁଥିବା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ୍ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । କରୋନା ପରି ବିପତି ସମୟରେ ଏନ୍‌ସିସି କ୍ୟାଡେଟ୍ ମାନଙ୍କୁ ଏଭଳି କାର୍ଯ୍ୟ କରିବା କିପରି ଲାଗୁଛି ବୋଲି ପଚାରି ବୁଝିଥିଲେ । କିଛି ସମୟ ବାର୍ତ୍ତାଳାପ ପରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା ହେବାର ଜଣାପଡିଛି । ଜିଲ୍ଲାର କରୋନା ପରିସ୍ଥିତି, ନୟାଗଡ଼ ପୋଲିସ ବିଭାଗର କାର୍ଯ୍ୟ ଉପରେ ଆଲୋଚନା କରିପାରନ୍ତି ବୋଲି ଜଣାପଡିଛି । ନୟାଗଡ଼ ଜିଲ୍ଲାରେ କରୋନାର ପ୍ରଭାବ ନଥିଲେ ମଧ୍ୟ ପୋଲିସ ମହାନିର୍ଦ୍ଦେଶକ ବିଭିନ୍ନ ଜିଲ୍ଲା ଗସ୍ତକରି କରୋନା ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଆଜିର ଏହି ଗସ୍ତ ପୋଲିସ ବିଭାଗର ମନୋବଳକୁ ଦୃଢ଼ କରିବା ସହିତ ଆଗାମୀ ଦିନର ରଣନୀତି ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ନୟାଗଡ଼ ଡିଏସ୍‌ପି, ଆଇଆଇସି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!