ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ନିକଟସ୍ଥ ଲେଙ୍କୁଡ଼ିପଡ଼ାଠାରେ ଆଜି ଏକ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରତର ହୋଇଥିବା ଜଣାଯାଇଛି । ଏହି ଯୁବକ ଜଣଙ୍କ ହେଲେ ଓଡ଼ଗାଁ ନିକଟସ୍ଥ ଢଉଝୋଲା ଗ୍ରାମର ଶ୍ରୀତମ ନାୟକ (୧୯) । ସୂଚନାନୁସାରେ, ଆଜି ଶ୍ରୀତମ ତାଙ୍କ ସାଙ୍ଗ ବାଦଲ ନାୟକଙ୍କୁ ବାଇକରେ ବସାଇ ନୟାଗଡ଼ ଆସୁଥିବା ବେଳେ ଲେଙ୍କୁଡ଼ିପଡ଼ାଠାରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଶ୍ରୀତମଙ୍କ ମୁହଁରେ ଆଘାତ ଲାଗିଛି । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଆହାତ ଯୁବକଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଛନ୍ତି ।





