ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ପୁଲିସକୁ ମିଳିଛି ବଡ଼ ସଫଳତା । ନକ୍ସଲ-ପୁଲିସ ମଧ୍ୟରେ ଗୁଳି ବିନମୟରେ ଦୁଇ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । ସୂଚନାନୁସାରେ, ମଧ୍ୟପ୍ରଦେଶ ମଣ୍ଡଳା ଜିଲ୍ଲା ମୋତିନାଲ ଥାନା ଅନ୍ତର୍ଗତ ଜଙ୍ଗଲରେ ନକ୍ସଲ ଥିବା ଗୁଇନ୍ଦା ବିଭାଗରୁ ଖବର ପାଇଲା ପରେ ଶୁକ୍ରବାର ରାତିରେ ହକ ଫୋର୍ସ ପେଟ୍ରୋଲିଂ କରୁଥିବା ବେଳେ ହକ ଫୋର୍ସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ଦୁଇଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ସେଥିରେ ଜଣେ ମହିଳା ଓ ଜଣେ ପୁରୁଣା ନକ୍ସଲ ଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ୱାକିଟକି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଯବତ କରାଯାଇଛି ।





