ଭୁବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ନକ୍ସଲମାନେ ବ୍ୟବହାର କରୁଥିବା ପାଖାପାଖି ୫ହଜାର ପ୍ରକାରର ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବ ‘କାଜଲ’ । ଏଥିପାଇଁ ତାକୁ ୧୦ଦିନିଆ ଅତ୍ୟାଧୁନିକ ତାଲିମ୍ ଦିଆଯାଇଛି । ଓଡ଼ିଶାରେ ନକ୍ସଲ ଦମନ କ୍ଷେତ୍ରରେ କାଜଲ ଜବାନଙ୍କୁ ଅଧିକ ସହଯୋଗ କରିପାରିବ । ମାଟିତଳେ ନକ୍ସଲ ବ୍ୟବହାର କରୁଥିବା ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀର ବାସ୍ନା ବାରି ଚିହ୍ନଟ କରିବାରେ ପୁଲିସ ବିଭାଗକୁ ଯେଉଁ ସମସ୍ୟା ହେଉଥିଲା କାଜଲ ତାଲିମ୍ ନେଲାପରେ ସେଥିରେ ଅଧିକ ସହଯୋଗ କରିପାରିବ ବୋଲି ଜଣାପଡିଛି । କ୍ରାଇମ୍ବ୍ରାଞ୍ଚ ଅଧିନରେ ସବୁଠାରୁ ବୁଦ୍ଧିଆ କୁକୁର କାଜଲ ୨୦୧୭ ଜୁଲାଇରେ ଯୋଗ ଦେଇଥିଲା । ରାଜ୍ୟ ପୁଲିସ ବିଭାଗ ଅଧିନରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ପାଇଁ କାଜଲକୁ ମିଶାଇ ବିଭିନ୍ନ ଜିଲ୍ଲାରେ ୨୦ଟି କୁକୁର ଦାୟିତ୍ୱରେ ଅଛନ୍ତି । ଏହାମଧ୍ୟରେ କାଜଲ ସବୁଠାରୁ ଶକ୍ତିଶାଳି ବୋଲି ଜଣାପଡିଛି ।






