Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମରିକ ଶାସନ ବିରୋଧରେ ମେଳି, ୩୦ ସୁରକ୍ଷା କର୍ମୀ ଜୀବନ ହରାଇଲେ

by ସଞ୍ଜୟ ସ୍ୱାଇଁ
June 24, 2021
in Crime, NATIONAL NEWS
ସାମରିକ ଶାସନ ବିରୋଧରେ ମେଳି, ୩୦ ସୁରକ୍ଷା କର୍ମୀ ଜୀବନ ହରାଇଲେ
245
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ବିଦ୍ରୋହୀଙ୍କ ସହ ମିଆଁମାରର କାନି ଓ ୟିନମାବିନ ସହରାଞ୍ଚଳରେ ଘଟିଥିବା ସଂଘର୍ଷରେ ୩୦ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଏହି ଦୁଇଟି ଯାଞ୍ଚ ଅଞ୍ଚଳ ଉତ୍ତରପୂର୍ବ ଭାରତୀୟ ସୀମାନ୍ତକୁ ଲାଗିଥିବା ସାଗାଇଙ୍ଗ ପ୍ରଦେଶରେ। ମଙ୍ଗଳବାର ପ୍ରାୟ ୧୦୦୦ରୁ ଅଧିକ ବିଦ୍ରୋହୀ ଶିକାର ପାଇଁ ବ୍ୟବହାର ହେଉଥିବା ହୋମମେଡ୍‌ ରାଇଫଲ ଦ୍ୱାରା ତାୟାୱ କୟିନ ଗାଁରେ ମୁତୟନ ମିଆଁମାର ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଗାଁରେ ଲୋକମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ରକୁ ଠାବ କରିବାକୁ ମିଆଁମାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏପରି ଆକ୍ରମଣ ହୋଇଥିଲା। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ସଂଘର୍ଷ ଓ ଗୁଳିମାଡ଼ରେ ୧୦ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ବୁଧବାର ସନ୍ଧ୍ୟାରେ ସର୍ଚ୍ଚ ଅପରେସନରେ ଯାଇଥିବା ଯବାନମାନଙ୍କୁ ସହଯୋଗ କରିବାକୁ ଆଉ ୬୦ ଜଣ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିଲା। ତେବେ ମୋନୟୱାରୁ ଗାଁକୁ ଯିବା ବେଳେ ଏମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରାଜପଥ ଉପରେ ହିଁ ଯବାନମାନେ ୫ଟି ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଥିଲେ। ଏହି ବିସ୍ଫୋରଣ ଓ ଗୁଳିମାଡ଼ରେ ୨୦ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ବାରମ୍ବାର ଆକ୍ରମଣର ଶିକାର ହେବା ପରେ ସୁରକ୍ଷାକର୍ମୀମାନେ ବାଣ୍ଟ ବୱେୟ ନିକଟରେ ଥିବା ୮ଟି ଘରକୁ ନିଆଁ ଲଗାଇ ଦେଇଛନ୍ତି। ଏବେ ବି ଏନକାଉଣ୍ଟର ସ୍ଥଳରେ ୧୦୦ରୁ ଅଧିକ ଯବାନ କମ୍ବିଂ କରୁଥିବା ଖବର ମିଳିଛି। ସେମାନେ ଘର ଘର ବୁଲି ତଲାସି କରୁଥିବା ବେଳେ ଗୁଳିମାଡ଼ କରୁଛନ୍ତି। ତେଣୁ ଏଥିରେ ସାଧାରଣ ଲୋକ ପ୍ରାଣ ହରାଇଥିବାର ଆଶଙ୍କା ପ୍ରକାଶ ପାଇଛି। ଏପ୍ରିଲ ୨ରୁ ହିଁ ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣ ଯୋଗୁ କାନି ସହରାଞ୍ଚଳରେ ଥିବା ହଜାର ହଜାର ଲୋକ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯିବାକୁ ବାଧ୍ୟ ହୋଇଛନ୍ତି। ଦେଶରେ ସାମାରିକ ଶାସନ ବିରୋଧରେ ସାଧାରଣ ଲୋକମାନେ ମେଳି କରିଛନ୍ତି। ସେମାନେ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ସୁରକ୍ଷାକର୍ମୀଙ୍କ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରିବାରେ ଲାଗିଛି। ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ବିଦ୍ରୋହ ସାଜିବାକୁ ପଛାଉ ନାହାନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!