Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ ନକ୍ସଲ ନେତା କୋଭିଡରେ ମୃତ୍ୟୁ, ଅନେକ ଆକ୍ରାନ୍ତ

by ସଞ୍ଜୟ ସ୍ୱାଇଁ
June 25, 2021
in Crime, Health, State
୭ ନକ୍ସଲ ନେତା କୋଭିଡରେ ମୃତ୍ୟୁ, ଅନେକ ଆକ୍ରାନ୍ତ
180
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ନକ୍ସଲ ନେତାଙ୍କ ଜୀବନ ଏବେ ବିପଦରେ। ନକ୍ସଲମାନେ ମହାମାରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ହିଡମା ସହ ବହୁ ନକ୍ସଲ ନେତା ଏହି ମାରାତାତ୍ମକ ଭୂତାଣୁ ଜାଲରେ ପଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ଦନ୍ତେୱାଡ଼ା ଏସ୍‌ପି ଅଭିଷେକ ପଲ୍ଲବ। ନକ୍ସଲ ସଂଗଠନର କହିବା ଅନୁସାରେ କୋଭିଡ୍‌ରେ ୭ ଜଣ ନକ୍ସଲ ନେତାଙ୍କ ମୃତ୍ୟୁ ଘଟିଛି। ହରିଭୂଷଣ ଓ ଶୋଭରୟ ପରି ବଡ଼ ବଡ଼ ନକ୍ସଲଙ୍କ ଜୀବନ ନେଇଛି କୋଭିଡ୍‌। ଏହାଛଡ଼ା ହିଡ୍‌ମା, ସୋନୁ, ବିନୋଦ, ରାଜେଶ, ନନ୍ଦୁ ଭଳି ଦୁର୍ଦ୍ଦାନ୍ତ ନକ୍ସଲ ନେତାମାନେ ଗୁରୁତର ଅଛନ୍ତି। ଘଞ୍ଚ ଜଙ୍ଗଲ ଭିତରେ କିଛି ଅଳ୍ପ ଔଷଧରେ ଚିକିତ୍ସା ଚାଲିଥିବା ଦନ୍ତେୱାଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ଗୁରୁତର ଥିବା ନକ୍ସଲ ନେତାମାନେ ଶୀଘ୍ର ଆତ୍ମସମର୍ପଣ କରି ଚିକିତ୍ସିତ ହୁଅନ୍ତୁ। ନହେଲେ ସମସ୍ତେ ମରିଯିବେ ବୋଲି ଦନ୍ତେୱାଡ଼ା ଏସ୍‌ପି କହିଛନ୍ତି। ଓଡ଼ିଶାର ମାଲ୍‌କାନଗିରି ଜିଲ୍ଲାକୁ ସଂଯୋଗ କରୁଥିବା ଛତିଶଗଡ଼ ରାଜ୍ୟର ଦନ୍ତେୱାଡ଼ା ଜିଲ୍ଲାରେ ବହୁ ନକ୍ସଲ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଆକଳନ କରାଯାଉଥିଲା। ଘଞ୍ଚ ଜଙ୍ଗଲରେ କମ୍ୱିଂ ଅପରେଶନ୍‌ କରାଯାଉଥିବା ବେଳେ ନକ୍ସଲ କ୍ୟାମ୍ପରୁ ବହୁ ପରିମାଣରେ କୋଭିଡ୍‌ ମେଡିସିନ୍‌ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଥିଲା ନକ୍ସଲ ନେତାମାନେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ପରେ ସେମାନଙ୍କୁ ଆତ୍ମସମର୍କଣ ପାଇଁ ଅପିଲ୍‌ କରାଯାଇଥିଲା। ସେପଟେ ଓଡ଼ିଶାରେ କନ୍ଧମାଳ ଜିଲ୍ଲାରେ ଘଞ୍ଚ ଜଙ୍ଗଲରେ କମ୍ୱିଂ ଅପରେଶନ୍‌ ବେଳେ ବହୁ ପରିମାଣରେ କୋଭିଡ୍‌ ମେଡିସିନ୍‌ ମିଳିଥିଲା। ଏଠାରେ ମଧ୍ୟ ନକ୍ସଲମାନେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିଥିଲା। ସେଥିପାଇଁ କନ୍ଧମାଳ ଏସ୍‌ପି ନକ୍ସଲଙ୍କୁ ଆତ୍ମସମର୍ପଣ କରି ଚିକିତ୍ସା ହେବାକୁ ଅପିଲ୍‌ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!