ମାଲକାନଗିରି, (ବାଘୁଆବାର୍ତ୍ତା): କିଛି ଦିନ ପୁର୍ବରୁ ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାର ଅରନପୁର ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୦ ଡିଆରଜି ଜବାନ ଓ ଜଣେ ଡ୍ରାଇବାରଙ୍କ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ସର୍ଚ୍ଚ ଅପରେସନ ସମୟରେ ଧରା ପଡିଛନ୍ତି ୭ ମାଓବାଦୀ । ସମସ୍ତ ମାଓବାଦୀ ଦରଭା ମାଓ ଡିଭିଜନର ମାଲେଙ୍ଗାରି ଏରିଆ କମିଟିର ମିଲିସିଆ ସଦସ୍ୟ ହୋଇଥିବା ବେଳେ ଗିରଫ ମାଓବାଦୀଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଥିବା ଜଣାପଡିଛି । ୩ ଜଣ ନାବାଳକଙ୍କୁ ସ୍ୱଧାରଗୃହ କୁ ପଠା ଯାଇଥିବା ବେଳେ ଅନ୍ୟ ୪ ଜଣ ମାଓବାଦୀଙ୍କୁ କୋର୍ଟରେ ହାଜର କରାଯାଇଛି। ତେବେ ବର୍ତ୍ତମାନ ମଧ୍ୟ ଅନ୍ୟ ହାର୍ଡକୋର ମାଓନେତାଙ୍କୁ ଧରିବା ଲାଗି ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ କୁ ଜୋରଦାର କରିଥିବା ଦାନ୍ତେୱାଡା ପୋଲିସ ପକ୍ଷରୁ କୁହାଯାଇଛି।





