ମାଲକାନାଗିରି, (ବାଘୁଆବାର୍ତ୍ତା): ଛତିଶଗଡ଼ ମହାରାଷ୍ଟ୍ର ସୀମାନ୍ତରେ ପୋଲିସ ଓ ମାଓବାଦି ମୁହାଁମୁହିଁ ହୋଇଛନ୍ତି। ପୋଲିସର ପ୍ରତି ଆକ୍ରମଣରେ ଜଣେ ମହିଳା ମାଓବାଦୀ ଓ ୨ ସଶସ୍ତ୍ର ମାଓବାଦିଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ୨ଟି ଅଟୋମେଟିକ ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ପୋଲିସର ପାଲଟା ଜବାବରେ ଅନେକ ମାଓବାଦୀ ଆହତ ହୋଇଛନ୍ତି ବୋଲି ବିଜାପୁର ଆରକ୍ଷି ଅଧିକ୍ଷକ ଅଞ୍ଜନେ ବାର୍ଣ୍ଣୋଇ କହିଛନ୍ତି। ଗଡ଼ଚିରୋଲି ଜିଲ୍ଲାର ଜାତୀୟ ଉଦ୍ୟାନ ପାଖରେ ଥିବା ଟେକାମେଟା ଜଙ୍ଗଲରେ ଏନକାଣ୍ଟର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମହାରାଷ୍ଟ୍ର ପୋଲିସର ସି-୬୦ ଓ ଛତିଶଗଡ଼ ପୋଲିସର ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।





