Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକ୍ସଲଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ବର

by ସଞ୍ଜୟ ସ୍ୱାଇଁ
April 8, 2021
in Feature News
ନକ୍ସଲଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ବର
253
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା) : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ନକ୍ସଲମାନଙ୍କ ଦ୍ବାରା ଅପହୃତ ହୋଇଥିବା ସିଆରପିଏଫ୍‌ର ଯବାନ ରାକେଶ୍ବର ସିଂ ମାନହାସ ଆଜି ମୁକୁଳିଛନ୍ତି। ମାଓବାଦୀମାନେ ଦୀର୍ଘ ୫ ଦିନ ଯାଏଁ ତାଙ୍କୁ ବନ୍ଦୀକରି ରଖିବା ପରେ ଯବାନ ରାକେଶ୍ବରଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ସେ ଏକ ଆମ୍ବୁଲାନ୍ସରେ ଆସି ଛତିଶଗଡ଼ର ବାସାଗୁଡ଼ାସ୍ଥିତ ସିଆପିଏଫ୍ କ୍ୟାମ୍ପରେ ପହଞ୍ଚିଛନ୍ତି। ରାକେଶ୍ବରଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀଙ୍କ ନିକଟରେ ଛଡ଼ାଯାଇଥିବା ସୂଚନା ରହିଛି । ରାକେଶ୍ବର ଗ୍ରାମାବାସୀଙ୍କଠାରୁ ବସାଗୁଡ଼ା ଥାନାକୁ ଯିବାପରେ କ୍ୟାମ୍ପକୁ ଯାଇଥିବା ସୂତ୍ରରୁୁ ଜଣାପଡ଼ିଛି। ବିଜାପୁର-ସୁକମା ଜିଲ୍ଲା ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଲଢେଇରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ନକ୍ସଲମାନେ ରାକେଶ୍ବରଙ୍କୁ ଅପହରଣ କରି ନେଇଥିଲେ। ନକ୍ସଲମାନେ ଚଳିତ ମାସ ୩ ତାରିଖ ଠାରୁୁ ରାକେଶ୍ବରଙ୍କୁ ନିଜ କବ୍‌ଜାରେ ରଖିଥିଲେ। ମାଓବାଦୀଙ୍କ ଗୁଳିବିନିମୟ ବେଳେ ରାକେଶ୍ବର ଅସୁସ୍ଥ ଥିଲେ। ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବର ସିଂଙ୍କ ପତ୍ନୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ପାଇଁ ଏହା କଠିନ ସମୟ ଥିଲା। ଆମେ ଏବେ ଖୁସି ଅନୁଭବ କରୁଛୁ। ରାକେଶ୍ବରଙ୍କ ମା’କହିଛନ୍ତି ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ମାଓବାଦୀଙ୍କ କବଳରୁ ପୁଅ ମୁକୁଳିଛି, ଏହା ଆମ ପାଇଁ ବଡ଼ ଖୁସୀର କଥା।

 

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!