Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆତ୍ମସମର୍ପଣ କରିଥିବା ନକ୍ସଲପନ୍ଥୀଙ୍କ ସହ ବସି ତଳେ ଖାଇଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

by ସଞ୍ଜୟ ସ୍ୱାଇଁ
October 21, 2021
in State
ଆତ୍ମସମର୍ପଣ କରିଥିବା ନକ୍ସଲପନ୍ଥୀଙ୍କ ସହ ବସି ତଳେ ଖାଇଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
178
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ନକ୍ସଲଙ୍କ ସହ ବସି ଖାଇଲେ ଏସ୍‌ପି । ଆତ୍ମସମର୍ପଣ କରିଥିବା ନକ୍ସଲପନ୍ଥୀଙ୍କ ସହ ବସି ତଳେ ଖାଇଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଚିତ୍ର । ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଏସ୍‌ପି ସୁନିଲ ଶର୍ମାଙ୍କ ନିକଟରେ ବୁଧବାର ପ୍ରାୟ ୧୦ଟି ଗାଁର ୪୩ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ମିଲିସିଆ ସଦସ୍ୟ ରହିଥିବା ବେଳେ ପଡିଆମି ଲକ୍ଷ୍ମା ନାମକ ଜଣେ ଏରିଆ କମାଣ୍ଡର ରହିଛନ୍ତି । ଯାହାର ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ସମସ୍ତ ୪୩ ଜଣ ନକ୍ସଲ ପନ୍ଥିଙ୍କୁ ଜିଲ୍ଲା ପୋଲିସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଛତିଶଗଡ ସରକାରଙ୍କ ନିୟମ ଅନୁଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସପି କହିଛନ୍ତି । ଏହା ସହ ପୁର୍ବରୁ ଏମାନଙ୍କ ଉପରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରାଯିବ ବୋଲି ଏସପି ମଧ୍ୟ କହିଛନ୍ତି । ବିଶ୍ବ ଆଦିବାସୀ ଦିବସରୁ ସୁକୁମା ଜିଲ୍ଲାରେ ଆରମ୍ଭ ହୋଇଥିବା ପୁନା ନର୍କମ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଶତାଧିକ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରିସାରିଛନ୍ତି । ଆଦିବାସୀ ଅଞ୍ଚଳରେ ସୁକୁମାରେ ପୋଲିସର ଜନ ସଂପର୍କ କାର୍ୟ୍ୟକ୍ରମ ଚାଲୁଛି । ଏହାଦ୍ୱାରା ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରିବେ ବୋଲି ଆଶା ରଖିଛନ୍ତି ସୁକୁମା ଏସପି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!