Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ

by ସଞ୍ଜୟ ସ୍ୱାଇଁ
October 13, 2021
in State
ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ
71
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ। ଅପରେସନ୍ ବେଳେ ନିହତ ତିନି ନକ୍ସଲଙ୍କ ମୃତଦେହ ସହ ଜବତ ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ମାଲକାନଗିରି ସଦର ମହକୁମାକୁ ଫେରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ସକାଳ ୭ଟା ସମୟରେ ମାଲକାନଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ୟ୍ୟକଳାପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ଏସ୍ଓଜି ଓ ଡିଭିଏଫ୍ ଯବାନ। ଜଙ୍ଗଲ ଭିତରେ ନକ୍ସଲଙ୍କ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ ତିନି ନକ୍ସଲ ନିହତ ହୋଇଥିଲେ। ନିହତ ତିନି ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାଯାଇଛି। ସେମାନେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ କାମ କରୁଥିଲେ। ସର୍ଚ୍ଚ ଅପରେସନ୍ ପରେ ଜଙ୍ଗଲ ମଧ୍ୟରୁ ୨ଟି ବନ୍ଧୁକ ଜବତ ହୋଇଥିଲା। ଏହାବାଦ ଜଙ୍ଗଲରେ ଚାଲିଥିବା ଏହି ଅଭିଯାନ ବେଳେ ଯବାନ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରିଥିଲେ। ସୂଚନାଯୋଗ୍ୟ,ନକ୍ସଲ ଅପରେସନର ସମୀକ୍ଷା ପାଇଁ ଆଜି ପୁଲିସ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!