Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଲବାହିନୀ ଉପରୁ ତୁଟୁଛି ଭରସା ମାଓ ସଂଗଠନ ଛାଡି କରିଛନ୍ତି ଆତ୍ମସମର୍ପଣ

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
ଲାଲବାହିନୀ ଉପରୁ ତୁଟୁଛି ଭରସା ମାଓ ସଂଗଠନ ଛାଡି କରିଛନ୍ତି ଆତ୍ମସମର୍ପଣ
44
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ଲାଲବାହିନୀ ଉପରୁ ତୁଟୁଛି ଭରସା । ଭୁଶୁଡୁଛି ଲାଲଗଡ଼ । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ମାଓବାଦୀ । କିସ୍ତାରାମଠାରେ ଥିବା ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି, ସୁକମା ଏସପି ସୁନୀଲ ଶର୍ମା ଓ ସିଆରପିଏଫ କମାଣ୍ଡାଣ୍ଟ ଜେ.ପି. ବତାଇଙ୍କ ଉପସ୍ଥିତିରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ନିଜର ସ୍ଥିତି ବଜାଇ ରଖିବା ଲାଗି ବସ୍ତର ଅଞ୍ଚଳରେ ଏବେ ମାଓବାଦୀ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର ଓ ଜୁଲମ୍ କରୁଥିବାରୁ ମାଓ ସଂଗଠନ ଛାଡିଥିବା କରିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି । ଶତାଧିକ ଗାଁ ଲୋକଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ଯବାନ ମାନେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ସେମାନଙ୍କୁ ଖାଇବା ପିଇବା ଦେଇ ଉତ୍ତମ ବ୍ୟବହାର କରିଥିଲେ । ଏମାନଙ୍କୁ ଦେଖି ଅନ୍ୟ ନକ୍ସଲ ପନ୍ଥୀମାନେ ମଧ୍ୟ ଆଗାମୀ ଦିନରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ପୋଲିସ ଆଶା ରଖିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!