Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚମପାଳିର ଏକବର୍ଷ, ଅପ୍ରତିଦ୍ୱନ୍ଦୀ ନବୀନ

by ସଞ୍ଜୟ ସ୍ୱାଇଁ
May 28, 2020
in Politics
ପଞ୍ଚମପାଳିର ଏକବର୍ଷ, ଅପ୍ରତିଦ୍ୱନ୍ଦୀ ନବୀନ
10
VIEWS
Share on FacebookShare on Twitter

ବିଜୁ ଜନତା ଦଳ ପଞ୍ଚମପାଳିର ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ପାଂଚଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ନବୀନ ପଟ୍ଟନାୟକ ସଫଳ ନେତୃତ୍ୱର ପରାକାଷ୍ଠା ଦେଖାଇବା ସହ ବିଜୁ ଜନତା ଦଳକୁ ଦେଶର ଏକ ପ୍ରମୂଖ ଆଂଚଳକି ଦଳ ଭାବେ ଗଢ଼ି ତୋଳିବାରେ ସମର୍ଥ ହୋଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଶାସନ କାଳ ଭିତରେ ରାଜ୍ୟକୁ ଆସିଥିବା ଭିନ୍ନ ଭିନ୍ନ ସମୟର ବାତ୍ୟା, ବନ୍ୟାଠୁ ଆରମ୍ଭ କରି ପାକୃତିକ ବିପର୍ଯ୍ୟୟ ସଫଳତାର ସହ ମୁକାବିଲା କରିବା ନବୀନଙ୍କ ପାଇଁ ବଡ଼ ଆର୍ଶୀବାଦ ପାଲଟିଛି । ଜନଜୀବନର କ୍ଷୟକ୍ଷତିକୁ ହ୍ରାସ କରିବା ପରି ପଦକ୍ଷେପ ନେଇ ସେ ଦେଶ ତଥା ବିଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଛନ୍ତି । ନବୀନଙ୍କର ପରିଚାଳନା ଗତ ସଫଳତାକୁ କେନ୍ଦ୍ର ସରକାରଙ୍କ ନେତୃବୃନ୍ଦ, ଏପରିକି ବିରୋଧି ଦଳର ନେତାମାନେ ମଧ୍ୟ ପସନ୍ଦ କରି ଆସିଛନ୍ତି । ଅନ୍ୟପକ୍ଷରେ ଦେଖିଲେ ତାଙ୍କର ରାଜନୈତିକ ଗୋଟି ଚାଳନା ସର୍ବଭାରତୀୟ ସ୍ତରରେ ଅନ୍ୟମାନଙ୍କୁ ଚକିତ କରିଛି । ରାଷ୍ଟ୍ରିୟ ନିଷ୍ପତ୍ତି ବେଳେ ସେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇ ସମସ୍ତଙ୍କୁ ବିସ୍ମିତ କରି ଦେଇଛନ୍ତି । ରାଜନୈତିକ ସମୀକ୍ଷକମାନେ ତାଙ୍କୁ ଗୋଟିଏ ପକ୍ଷରେ ବାନ୍ଧି ରଖିବା କଷ୍ଟକର ବୋଲି କହିଥାନ୍ତି । ଅନେକ ସମୟରେ ଚିରାଚରତ ଧାରାରେ ରାଜନୈତିକ ନିଷ୍ପତ୍ତି ନନେଇ ରାଜ୍ୟର ସ୍ୱାର୍ଥକୁ ଆଗରେ ରଖି, ମତ ସ୍ଥିର କରିଥାନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ହେଉ କି, ବିଜେପି ନେତୃତ୍ୱ ସରକାର, ସମସ୍ତଙ୍କ ସହ ଭଲ ତାଳମେଳ ଦେଇ ଶାସନ କରି ଆସିଛନ୍ତି ନବୀନ ବାବୁ । ରାଜ୍ୟରେ ତାଙ୍କର ଭିନ୍ନ ଭିନ୍ନ ଯୋଜନା ଗୁଡ଼ିକର ସଫଳତାକୁ କେବେ ରାଜନେତା ନୁହଁନ୍ତି, ବିଶ୍ୱସ୍ତରୀୟ ଅର୍ଥନୀତିଜ୍ଞମାନେ ମଧ୍ୟ ନବୀନଙ୍କୁ ପ୍ରଶଂସା କରି ଆସୁଛନ୍ତି । ସମସ୍ତ ସରକାରୀ ଯୋଜନାର ସଫଳତା ନବୀନଙ୍କୁ ଲୋକପ୍ରିୟତା କରାଇବାରେ ସହାୟକ ହୋଇଛି । ଏହା କେହି ଏଡ଼ାଇ ପାରିବେ ନାହିଁ । ଆଂଚଳକି ଦଳ ରାଜନୀତିରେ ପଶ୍ଚିମବଙ୍ଗର ଦୀର୍ଘତମ ନେତୃତ୍ୱ ନେଇଥିବା ସ୍ୱର୍ଗତ ଜ୍ୟୋତି ବସୁଙ୍କ ପରେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯେ, କି ଏହି ସଫଳତା ହାସଲ କରିଛନ୍ତି । ବିଶେଷ କରି ହକି ପ୍ରରି କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇ ସେ ଦେଶ ବିଦେଶରେ ଅନେକ ପ୍ରଶଂସା ସାଉଁଟିଛନ୍ତି । କରୋନା ପରିସ୍ଥିତିରେ ଆଗୁଆ ସତର୍କ ରହିବା ଏବଂ ସମସ୍ତ କାର୍ଯ୍ୟକୁ ସଂପାଦନା କରିବା, ସ୍ୱତନ୍ତ୍ର ଚିକିତ୍ସାଳୟ ସ୍ଥାପନା କରି ରାଜ୍ୟ ବାହାରୁ ପ୍ରବାସୀ ଶ୍ରମିକମାନଙ୍କୁ ଆଣି ସେମାନଙ୍କ ବ୍ୟବସ୍ଥା କରିବା ଏକ ଚ୍ୟାଲେଞ୍ଜ ସଦୃଶ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ନେତୃମଣ୍ଡଳୀ ପ୍ରଶଂସା କରିଛନ୍ତି । ତାଙ୍କ ନେତୃତ୍ୱ ନିକଟରେ ରାଷ୍ଟ୍ରିୟ ଦଳ ବିଜେପି ଏବଂ କଂଗ୍ରେସ ହାର ମାନିଛନ୍ତି । ତାହା କଷ୍ଟକର ହେଲେ ମଧ୍ୟ ସମସ୍ତେ ସ୍ୱୀକାର କରିବାକୁ ହେବ ଯେ, ରାଜ୍ୟ ରାଜନୀତିରେ ନବୀନଙ୍କ ବିକଳ୍ପ କେହି ନାହିଁନ୍ତି, ସେ ରାଜ୍ୟର ଅପ୍ରତିଦ୍ୱନ୍ଦୀ । ପଂଚମ ପାଳିର ପାଂଚ ବର୍ଷ ଶାସନରୁ ସେ ଗୋଟିଏ ବର୍ଷ ପୂରଣ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!