ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆରଟିଓକୁ ପେପର ଲେସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ବିଭିନ୍ନ ସେବାର ଶୁଭାରମ୍ଭ ହୋଇଯାଇଛି । ମୋମାଇଲ ‘ଉମଙ୍ଗ’ ଆପ୍ ଜରିଆରେ ଏଣିକି ମିଳିପାରିବ ଲର୍ଣ୍ଣି ଲାଇସେନ୍ସ । ଏହାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି । ୫-ଟି ଉପକ୍ରମରେ ହୋଇଥିବା ରାଜ୍ୟ ପରିବହନ ପ୍ରାଧିକରଣର ଅନଲାଇନ ସେବା(ଆରଟିଓ) ଗୁଡିକ ହେଲା- ସ୍ୱୟଂକ୍ରିୟ ଓ ବାଧାହୀନ ଯାନ ପଞ୍ଜିକରଣ,ଚୁକ୍ତି ମୁଳକଗାଡ଼ିର ଅନୁମତି ପତ୍ର ସ୍ୱୟଂକ୍ରିୟ ଅନୁମୋଦନ, ଟ୍ରକର ଅନୁମତି ପତ୍ର, ବସ ପାଇଁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ଅନିମତି ପତ୍ର ସ୍ୱୟଂକ୍ରିୟ, ଆନ୍ତର୍ଜାତିକ ଗାଡ଼ି ଚଳାଚଳ ପାଇଁ ଅନୁମତି, ଉମଙ୍ଗ ମୋବାଇଲ ଆପରେ ଲର୍ଣ୍ଣି ଲାଇସେନ୍ସ ଆବେଦନ, ରାଜ୍ୟର ଯେ କୌଣସି ଆରଟିଓରେ ଗାଡ଼ିର ପଞ୍ଜିକରଣ ଓ ନବୀକରଣ ଏବଂ ରାଜ୍ୟର ଯେକୌଣସି ଆରଟିଓରେ ଗାଡ଼ିର ମାଲିକାନା ପରିବ ର୍ନ କରିହେବ ବୋଲି ସୂଚନା ମିଳିଛି ।





