Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ଗୃହୀତ: ବିପର୍ୟ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା

by ସଞ୍ଜୟ ସ୍ୱାଇଁ
May 29, 2021
in Education, Politics, State
ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ଗୃହୀତ: ବିପର୍ୟ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା
212
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଏଣିକି ସ୍ମୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ୟ୍ୟୟ ଓ ମହାମାରୀ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯିବ । ଏହା ସହିତ ସମସ୍ତଙ୍କୁ ମଧ୍ୟ ଏନେଇ ତାଲିମ ଦିଆଯିବ। ଆଜି ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଏନେଇ ଏକ ସଂକଳ୍ପ ଗୃହୀତ ହୋଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ ‘ୟାସ’ ବାତ୍ୟା କ୍ଷୟକ୍ଷତି ମଧ୍ୟରେ ବିଜେଡି ସରକାର ଆଜି ନିଜର ପଂଚମ ପାଳିର ଦ୍ୱିତୀୟ ବର୍ଷ ଶାସନ ପୂରଣ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ମନ୍ତ୍ରିପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରର ବିଗତ ୨ବର୍ଷର ଚ୍ୟାଲେଞ୍ଜ ଓ ସଫଳତା ସହ ବିଜୁବାବୁଙ୍କ ସ୍ୱପ୍ନ ସାକାର ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ନିଜର ମନ୍ତ୍ରିପରିଷଦ ସହଯୋଗୀମାନଙ୍କୁ ସୂଚନା ଦେଇଥିଲେ । ବିପର୍ୟ୍ୟୟର ମୁକାବିଲା କିପରି କରିବାକୁ ହେବ ସେ ବିଷୟରେ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପଖୁଆଇ ଚଳିବା ସଙ୍ଗେସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡ଼ିବ । ତେଣୁ ରାଜ୍ୟକୁ ଦକ୍ଷ ଓ ଦୃଢ଼ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୨ବର୍ଷ ତଳେ ତାଙ୍କ ସରକାର ‘ଫନି’ ବାତ୍ୟା ପରେ ଶପଥ ନେଇଥିଲା। ବିଗତ ଦୁଇବର୍ଷ ମଧ୍ୟରେ ବାତ୍ୟା ଓ କରୋନା ମହାମାରୀର ବିପର୍ୟ୍ୟୟକାରୀ ପ୍ରଭାବର ଓଡ଼ିଶା ସମ୍ମୁଖୀନ ହୋଇଛି । ସମଗ୍ର ବିଶ୍ୱରେ ବିପର୍ୟ୍ୟୟ ପରିଚାଳନାରେ ଏକ ମଡେଲ ଭାବେ ସ୍ୱୀକୃତ ଓଡ଼ିଶା ଏ କ୍ଷେତ୍ରରେ ତା’ର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ ଅର୍ଜନ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମନ୍ତ୍ରିପରିଷଦ ବୈଠକରେ ଆଜି ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହୋଇଛି । ଯେଉଁଥିରେ ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ୟ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଓ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ବୋଲି କୁହାଯାଇଛି। ଏହି ପ୍ରସ୍ତାବ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିବା ସହ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଜୈବିକ ହେଉ ବା ଜଳବାୟୁଜନିତ, ତା’ର ସମ୍ମୁଖୀନ ହେବାକୁ ଭବିଷ୍ୟତ ବଂଶଧରମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ । ବିପର୍ୟ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଆମର ଉପଲବ୍ଧ । ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଙ୍କଟର ମୁକାବିଲା କରି ଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଆମେ ଭୁଲି ଯାଇ ନାହୁଁ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!