Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ବିଧାୟକଙ୍କ ସହ ନବୀନ ନିବାସରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
March 18, 2021
in Feature News
ବିଜେପି ବିଧାୟକଙ୍କ ସହ ନବୀନ ନିବାସରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
607
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା):  କ୍ରମାଗତ ଭାବେ ୫ ଦିନ ବିଧାନସଭା ଅଚଳ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାର ସମାଧାନ କରିବା ଦାବିରେ ଭେଟିଛନ୍ତି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଆଜି ସକାଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ବିଧାୟକ। ନବୀନ ନିବାସର ଗେଟ ବନ୍ଦ ଥିବାରୁ ସେଠାରେ ସେମାନେ ଧାରଣାରେ ବସିଥିଲେ। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିକଟକୁ ଆସି ଆଲୋଚନା ଲାଗି ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକଙ୍କ ସହ ଆଲୋଚନା କରି ଗୃହକୁ ପୁଣି ସ୍ବାଭାବିକ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନବୀନ ନିବାସରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି କହିଛନ୍ତି ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀ ଗୃହକୁ ଆସିବା ସହ ମଣ୍ଡିରୁ ସମସ୍ତ ଧାନ ଉଠିବା ନେଇ ବିଜେପି ଦାବି କରିବା ପରେ ଏଥିରେ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି।  କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମତ ରଖିଛନ୍ତି। ପ୍ରଦୀପ୍ତ ନାଏକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇ ନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ । କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି । ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ, ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଏହାପୂର୍ବରୁ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ ବୋଲି ଦାବି କରିଥିଲେ ବିରୋଧୀ। ମଣ୍ଡି ଅବ୍ୟବସ୍ଥା ଓ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବୀ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ପାଇଁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବିଜେପି ବିଧାୟକ ଟିମ୍।  ଆଉ ବିଜେଡି ପକ୍ଷରୁ ବିଜେପି ଟିମକୁ ସ୍ୱାଗତ ପାଇଁ ନବୀନ ନିବାସ ଆଗରେ ପ୍ରସ୍ତୁତ ହୋଇସାରିଥିଲା। ଶଙ୍ଖ ଓ ଚନ୍ଦନ ଧରି ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ତେବେ ବିଜେପି ଟିମ୍ ନବୀନ ନିବାସ ସାମ୍ନାରେ ପହଞ୍ଚିବା ପରେ ଗେଟ୍ ବନ୍ଦ ଥିବା କହି ଧାରଣାରେ ବସିଥିଲେ। ବିଜେଡି ନେତା ହାତଯୋଡ଼ି ନିବେଦନ କରିବା ପରେ ମଧ୍ୟ ଭିତରକୁ ଯିବାକୁ ରାଜି ହୋଇ ନଥିଲେ ବିଜେପି ବିଧାୟକ। ଶେଷରେ ନବୀନ ନିବାସରୁ ନିଜେ ଆସିଥିଲେ ନବୀନ। ଧାରଣାରେ ବସିଥିବା ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଆଉ ବିରୋଧୀ ଦଳ ନେତାଙ୍କୁ ସାଥୀରେ ନବୀନ ନିବାସ ଭିତରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!