Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ଦିଲ୍ଲୀ ଯିବେ ବିଜେପି ନେତା, ରାଜନିତୀ ସରଗରମ

by ସଞ୍ଜୟ ସ୍ୱାଇଁ
March 6, 2024
in Politics, State
ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ଦିଲ୍ଲୀ ଯିବେ ବିଜେପି ନେତା, ରାଜନିତୀ ସରଗରମ
397
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ନିର୍ବାଚନ ପାଖେଇ ଆସିଲାଣି । ସବୁ ଦଳ ପକ୍ଷରୁ ଚାଲିଛି କସରତ । କଂଗ୍ରେସ, ବିଜେପି, ବିଜେଡି ମଧ୍ୟରେ ଚାଲିଛି ଅଙ୍କ କସା । ବିଜେଡି ଶାସନକୁ ଆସିବା ପାଇଁ ଉଦ୍ୟମ ଚଳାଇଛି । ବିଜେପି ମଧ୍ୟ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଅନୁରୁପ ଭାବେ କଂଗ୍ରେସ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ପ୍ରାଥମିକତା ଭାବେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଓଡିଶାରେ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ବିଜେପି ଅନୁଭବ କରୁଛି ଓଡିଶାରେ ବିଜେଡିର କୌଣସି ବିକଳ୍ପ ନାହିଁ । ସେଥି ପାଇଁ ବିଜେପି କୌଣସି ଆଗୁଆ ପ୍ରାର୍ଥୀ ଦେଇନଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଆଜି ବିଜେଡି ପକ୍ଷରୁ ବରିଷ୍ଠ ନେତା ମାନଙ୍କୁ ନବୀନ ନିବାସକୁ ଡକା ଯାଇଛି । ଅନ୍ୟ ପକ୍ଷରେ ବିଜେପି ନେତା ମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ବିଜେଡି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଆଗାମୀ ନିର୍ବାଚନ ପାଇଁ କିଛି ବଡ଼ ନିଷ୍ପତ୍ତି ନିଆଯାଇ ପାରେ ବୋଲି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରୁଛନ୍ତି । ଗତ କାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ । ସେ ରାଜ୍ୟର ବିକାଶକୁ ପ୍ରଶଂସା କରିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପ୍ରଶଂସା କରିଥିଲେ । ଆଜି ରାଜ୍ୟ ବିଜେପିର ନେତା ମାନଙ୍କୁ ଦିଲ୍ଲୀ ଡାକରା ହୋଇଛି । ସନ୍ଧ୍ୟା ସମୟରେ ବୈଠକ ବସିବାର ସମ୍ଭାବନା ରହିଛି । ଏଥି ନିମନ୍ତେ ରାଜ୍ୟ ବିଜେପିର ନେତା ମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଥିବା ବେଳେ ଓଡିଶାର କୌଣସି ନାଁ ନଥିବାରୁ ଏହାକୁ ନେଇ ଜାତୀୟ ସ୍ତରରେ ଆଲୋଚନା ହୋଇଛି । ଯାହା ରାଜ୍ୟ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିଛି । ଆଗାମୀ ଦିନରେ ଓଡିଶା ରାଜନୀତି କେଉଁ ବାଟକୁ ଯାଉଛି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ଅପେକ୍ଷା କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!