Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆତ୍ମବିଶ୍ୱାସର ସହ ଗତ ଦୁଇ ଦଶନ୍ଧି ଧରି ବେଶ କସରତ କରୁଛନ୍ତି ନବୀନ

by ସଞ୍ଜୟ ସ୍ୱାଇଁ
October 17, 2021
in State
ଆତ୍ମବିଶ୍ୱାସର ସହ ଗତ ଦୁଇ ଦଶନ୍ଧି ଧରି  ବେଶ କସରତ କରୁଛନ୍ତି ନବୀନ
61
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ‘ନୂଆ ସ୍ୱପ୍ନ, ନୂଆ ସଂକଳ୍ପ । ଆଖି ତରାଟିଲା ଭଳି ବିକାଶ ପାଇଁ କଠିନ ପରିଶ୍ରମ । ରାଜ୍ୟର କ୍ଷମତା ଡୋରି ଧରିଥିବା ନବୀନ ଆତ୍ମବିଶ୍ୱାସର ସହ ଗତ ଦୁଇ ଦଶନ୍ଧି ଧରି ବେଶ କସରତ କରୁଛନ୍ତି । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ରାଜ୍ୟବାସୀଙ୍କ ପଛରେ ନବୀନ ‘କାନ୍ଥ’ ଭଳି ଛିଡ଼ା ହୋଇଛନ୍ତି । ସାରା ଦୁନିଆ ଯେତେବେଳେ କରୋନା ସଂକଟରେ ଛଟପଟ, ନବୀନ ‘ଆକ୍ସନମୁଡ୍‌’କୁ ଓହ୍ଲାଇଲେ । କରୋନା ପରୀକ୍ଷାରୁ ଚିକିତ୍ସା ଯାଏ ସରକାର ସବୁ ମାଗଣାରେ ଯୋଗାଇ ଦେଲେ । କରୋନା ବିରୋଧରେ ଲଢ଼େଇକୁ ବେଶ୍‌ ତଗଡ଼ା କଲେ । କରୋନା ନିୟନ୍ତ୍ରଣ ପାଇଁ ନବୀନଙ୍କ ସଫଳ ପରିଚାଳନା ତାଙ୍କୁ ସଂକଟମୋଚକର ନୂଆ ପରିଚୟ ଦେଇଛି । ନବୀନଙ୍କୁ କମ୍‌ କରି ଆଙ୍କ ନାହିଁ । ସେ ବାଉନ୍ସ ବ୍ୟାକ୍‌ କରିବେ । କେବଳ ନବୀନଙ୍କ ପାଖଲୋକ ନୁହନ୍ତି ସମାଲୋଚକମାନେ ମଧ୍ୟ ଏମିତି କହିଥାନ୍ତି । ନିଜ କାର୍ୟ୍ୟ ଓ ସଫଳତାରେ ସ୍ୱୟଂ ନବୀନ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି । ଶତାବ୍ଦୀର ସବୁଠୁ ବଡ଼ ସଂକଟ ଆଉ ଜଟିଳ ପରିସ୍ଥିତି । କରୋନା ମହାମାରୀ ସମୟରେ ରାଜ୍ୟ ମୁଖିଆ ଭାବେ ନବୀନ ପଟ୍ଟନାୟକ କିନ୍ତୁ ମୁକାବିଲା କୌଶଳରେ ବେଶ୍‌ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ଯାହା ଆଜି ଚିନ୍ତା କରୁଛି, ଦେଶ ସପ୍ତାହକ ପରେ । ଓଡ଼ିଶା ଯେଉଁ ବାଟ ଦେଖାଉଛି, ଅନ୍ୟ ରାଜ୍ୟ ସେଇ ରାସ୍ତାରେ ଚାଲୁଛନ୍ତି । ନବୀନଙ୍କ ନିଷ୍ଠା ଓ ଆନ୍ତରିକତା ଇତିହାସ ପୃଷ୍ଠାରେ ଯୋଡ଼ିଛି ସ୍ୱର୍ଣ୍ଣିମ ଫର୍ଦ୍ଦ । ରାଜ୍ୟବାସୀଙ୍କ ନିକଟରେ ସେ ସଂକଟମୋଚକ ଭାବେ ଉଭା ହୋଇଛନ୍ତି । ବିପର୍ୟ୍ୟୟ ମୁକାବିଲାରେ ଓଡ଼ିଶା ଆନ୍ତର୍ଜାତିକସ୍ତରରେ ‘ବେଞ୍ଚ ମାର୍କ’ ପ୍ରତିଷ୍ଠା କରିଥିଲା ବେଳେ ଏବେ କରୋନା ମୁକାବିଲାରେ ମଧ୍ୟ ଓଡ଼ିଶା ରୋଲ ମଡେଲ୍‌ । କରୋନା କବଳରେ ସାରା ବିଶ୍ୱ କବଳିତ । ସମସ୍ତେ ଛଟପଟ । ମାତ୍ର ଏ ମହମାରୀର ସଫଳ ମୁକାବିଲା ପାଇଁ ନୂଆ ଓ ଅଭିନବ କୌଶଳ ଆଦରିବାରେ ନବୀନ ସବୁବେଳେ ଆଗରେ । ‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ’- ଏ ମନ୍ତ୍ରକୁ ଧରି କରେନା ବିରୋଧୀ ଲଢ଼େଇକୁ ସରକାର ଜୋରଦାର କରିଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କରୋନା ପରୀକ୍ଷାରୁ ଆରମ୍ଭ କରି ଚିକିତ୍ସା ସେବା ସବୁ ମାଗଣାରେ ମିଳୁଛି । ସରକାରଙ୍କର ଏଭଳି ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭୂୟସୀ ପ୍ରଶଂସା କରିଛି । ପ୍ରଥମ ଲହର ପରେ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣରେ ରଖିବାରେ ଓଡ଼ିଶା ସଫଳ ହେଲା । ଏ ସଂକଟ କାଳରେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କରି ରାଜ୍ୟ ଦିଗବାରେଣୀ ସାଜିଲା । ସମଗ୍ର ବିଶ୍ୱରେ କୋକୁଆଭୟ ଆଣିଲା କରୋନା । କରୋନା ଓଡ଼ିଶା ଛୁଇଁବା ଆଗରୁ ବେଶ ସତର୍କ ହୋଇ ପଡ଼ିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ଦୂରଦୃଷ୍ଟିରୁ ୨୦୨୦, ମାର୍ଚ୍ଚ ୧୩ ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ମହାମାରୀକୁ ‘ରାଜ୍ୟ ବିପର୍ୟ୍ୟୟ’ ଭାବେ ଘୋଷଣା କରିଥିଲେ । ଦେଶରେ ଲକଡାଉନ୍‌ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ କାବୁ କରିବାକୁ ରାଜ୍ୟରେ ଲକଡାଉନ୍‌ ଜାରି କରିଥିଲେ । କେବଳ ସେତିକି ନୁହେଁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ପ୍ରତିଷ୍ଠା, କୋଭିଡ୍‌ କେୟାର ସେଣ୍ଟର ଖୋଲିବାରେ ରାଜ୍ୟ ଅଗ୍ରଣୀ ଭୂମିକା ନେଇଥିଲା । କରୋନାର ଗମ୍ଭୀରତାକୁ ଆକଳନ କରି ମୁଖ୍ୟମନ୍ତ୍ରୀ ନେଇଥିବା ଅଭିନବ ପଦକ୍ଷେପ କରୋନା ମୁକାବିଲାରେ ରାଜ୍ୟକୁ ବେଶ୍‌ ସଫଳତା ଆଣିପାରିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ରାଜ୍ୟର ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପରୁ ଓଡ଼ିଶାରେ ସଂକ୍ରମଣ ହାର ନିୟନ୍ତ୍ରଣରେ । ରାଜ୍ୟରେ ସୁସ୍ଥତା ହାର ମଧ୍ୟ ସବୁଠୁ ସନ୍ତୋଷଜନକ । ନବୀନଙ୍କ ପଦକ୍ଷେପ ବ୍ୟର୍ଥ ଯାଇନି । ରାଜ୍ୟରେ ଏବେ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ଧରିଛି । ବହୁ ମୂଳ୍ୟବାନ ଜୀବନ ମଧ୍ୟ ରକ୍ଷା ହୋଇଛି । କରୋନା ମୁକାବିଲାରେ ରାଜ୍ୟକୁ ମିଳିଥିବା ଏ ସଫଳତା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ନିୟମିତ ସ୍ଥିତି ସମୀକ୍ଷା ସହ ସରକାରୀ କଳର ପରିଶ୍ରମକୁ ସମୟ ମନେ ରଖିବ । କରୋନା ପାଇଁ ରାଜ୍ୟ ସରକାର ପୂରା ଯୁଦ୍ଧମୁଦ୍ରାରେ ଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କୁ ବେଶ୍‌ ଉତ୍ସାହିତ କରିଛି । କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ବଳ ଦେଇଛି । କରୋନା ସଂକ୍ରମଣ ରୋକିବାକୁ ଲଢ଼େଇର ଆଗଧାଡ଼ିରେ ଥିବା କୌଣସି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଦିଙ୍କ ମଧ୍ୟରୁ ଯଦି କାହାର ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ । ପ୍ରାଣ ହରାଇଥିବା ଏହି ଯୋଦ୍ଧାଙ୍କୁ ସରକାର ସହିଦ ଘୋଷଣା କରିବେ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ତାଙ୍କର ଯେତିକି ଦିନ ଚାକିରି କାଳ ବାକି ଥିବ ତାଙ୍କ ପରିବାର ସେତିକି ଦିନ ଯାଏ ଦରମା ପାଇବେ । ଏହାଛଡ଼ା ଆମ ଜାତି ପ୍ରତି ତାଙ୍କ ବଳିଦାନକୁ ସ୍ମରଣ କରିବାକୁ ସରକାର ସେ ଯୋଦ୍ଧାଙ୍କ ସ୍ମୃତିରେ ପୁରସ୍କାର ପ୍ରଚଳନ କରି ଜାତୀୟ ଦିବସରେ ପ୍ରଦାନ କରିବେ । ନବୀନଙ୍କ ଏ ବଡ଼ ଘୋଷଣା କରୋନା ଯୁଦ୍ଧରେ ରାଜ୍ୟକୁ ଆହୁରି ଆଗକୁ ନେଇଛି । ମହାମାରୀ ‘କରୋନା’ ଚକ୍ରବ୍ୟୁହ ଭିତରେ ରାଜ୍ୟ ସରକାର ଲଢ଼େଇ କରୁଥିଲା ବେଳେ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ପାଇଁ ବାଟ ମଧ୍ୟ ଖୋଲିଛନ୍ତି । ସହରାଞ୍ଚଳର ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ସହ କାମଧନ୍ଦା ଯୋଗାଇବାକୁ ପୌରସଂସ୍ଥାଗୁଡ଼ିକୁ ୧୦୦ କୋଟିର ପାଣ୍ଠି ଆବଣ୍ଟନ କରିଛନ୍ତି ସରକାର । ରାଜ୍ୟର ଗରିବ ଓ ଶ୍ରମିକ ପରିବାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ । କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ୧ ହଜାର ଟଙ୍କାର ସହାୟତା ପ୍ରଦାନ କରଛନ୍ତି । ୨୨ ଲକ୍ଷ ନିର୍ମାଣ ଶ୍ରମିକ ପରିବାରକୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ମିଳିଛି । ଉଠା ଦୋକାନି, ଚାଷୀ ପରିବାରକୁ ମଧ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି । ଜୀବନ ଓ ଜୀବିକା ଏବେ ସ୍ୱାଭାବିକ ଆଡକୁ ଗତି କରୁଛି । ମହାମାରୀ କରୋନାର ପ୍ରଥମ ଲହରରେ ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ମଧ୍ୟ ନବୀନଙ୍କୁ କମ୍‌ କସରତ କରିବାକୁ ପଡ଼ିନି । ହଟସ୍ପଟ ରାଜ୍ୟରେ ସାଢ଼େ ୯ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ନିଜସ୍ୱ ଖର୍ଚ୍ଚରେ ରାଜ୍ୟ ସରକାର ଘରକୁ ଫେରାଇ ଆଣିଥିଲା ବେଳେ ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା । ସେମାନଙ୍କୁ ସେଠାରେ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବା ପରେ ଘରକୁ ଯିବାକୁ ଅନୁମତି ମିଳିଥିଲା । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ସହ କରୋନା ସଂକ୍ରମଣ ରୋକିବାକୁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ଦେଇଥିଲେ । କରୋନା ଯୁଦ୍ଧରେ ବିଜୟୀ ହେବାକୁ ନବୀନଙ୍କ ଏ ପଦକ୍ଷେପ ଜାତୀୟ ଗଣମାଧ୍ୟମ ପାଇଁ ପାଲଟିଥିଲା ବଡ଼ ଖବର । ତୃଣମୂଳସ୍ତରରେ କାମ କରୁଥିବା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ପୁଲିସ ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ କରୋନା ଲଢ଼େଇ ଲଢ଼ିବାକୁ ପଣ କରି ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ମାଡ଼ି ଚାଲିଛନ୍ତି । ଦୁଆର ଦୁଆର ବୁଲି ସର୍ଭେ ହୋଇଛି । ସମବେତ ହୋଇ ରାଜ୍ୟବାସୀ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୁଦ୍ଧରେ ବୈଷୟିକ ଜ୍ଞାନ କୌଶଳର ପୂର୍ଣ୍ଣ ବ୍ୟବହାର କରି ଆନ୍ତର୍ଜାତିକସ୍ତରରେ ବେଶ୍‌ ପ୍ରଶଂସା ସାଉଁଟିଛି ରାଜ୍ୟ । ବୋଝ ଉପରେ ନଳିତା ବିଡ଼ା ପରି କରୋନା କାଳରେ ରାଜ୍ୟ ମହାବାତ୍ୟା ‘ଅମ୍ଫନ’ର ଧକ୍କା ମଧ୍ୟ ଖାଇଛି । ମାତ୍ର ନବୀନଙ୍କ ଦମ୍ଭ ଓ ଆତ୍ମବିଶ୍ୱାସ ଦୋହଲିନଥିଲା । ମୁଖ୍ୟମନ୍ତ୍ରୀଙ୍କ କରୋନା ଲଢ଼େଇକୁ ସାଢ଼େ ୪ କୋଟି ଓଡ଼ିଆ ମଧ୍ୟ ଦେଇଛନ୍ତି ଭରପୂର ସମର୍ଥନ । ସମସ୍ତଙ୍କ ସହଯୋଗରେ କରୋନାକୁ ପରାସ୍ତ କରିବା ପାଇଁ ଯୁଦ୍ଧ ଏବେ ନିର୍ଣ୍ଣାୟକ ସ୍ଥିତିରେ । କରୋନା ହାରିବ, ଓଡ଼ିଶା ଜିତିବ । ସମୟର ସ୍ୱର୍ଣ୍ଣିମ ଫର୍ଦ୍ଦରେ ନବୀନଙ୍କ ‘ସଂକଟମୋଚକ’ ଭୂମିକା ସବୁଦିନ ପାଇଁ ମନେ ରହିବ । କେବଳ କରୋନା ନୁହେଁ, ବିପର୍ୟ୍ୟୟ ପରିଚାଳନାରେ ମଧ୍ୟ ନବୀନ ମହାନାୟକ । ୯୯ ମହାବାତ୍ୟାର କରାଳ ରୂପରେ କ୍ଷତବିକ୍ଷତ ହୋଇଥିବା ଓଡ଼ିଶାକୁ ବିପର୍ୟ୍ୟୟ ମୁକାବିଲା ଲାଗି ପ୍ରସ୍ତୁତ କରିବାରେ ପଣ ନେଇଥିଲେ ନବୀନ । ବିପର୍ୟ୍ୟୟ ମୁକାବିଲା, ଉଦ୍ଧାର ଓ ରିଲଫ୍‌ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନବୀନ ଓଡ଼ିଶା ପାଇଁ ଗଠନ କଲେ ଓଡ୍ରାଫ୍‌ । ରାଜ୍ୟ ତମାମ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଗଲା । ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଯୋଗୁ ୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ୟ୍ୟୟ ଆଗରେ କେବେ ହାରିନି ଓଡ଼ିଶା । ୨୦୧୩ରେ ଫାଇଲିନ୍‌ ଭଳି ଭୟାନକ ବାତ୍ୟାକୁ ସଫଳ ମୁକାବିଲା କରିଥିଲା ଓଡ଼ିଶା । ଜାତିସଂଘ ଓଡ଼ିଶାକୁ ଏଥିପାଇଁ ସମ୍ମାନିତ କରିଥିଲା । ତା’ ପରେ ହୁଡ୍‌ହୁଡ୍‌, ତିତ୍‌ଲି ଭଳି ବାତ୍ୟାକୁ ଓଡ଼ିଶା ସରକାର ସଫଳତା ସହ ମୁକାବିଲା କରିଥିଲେ । ପ୍ରଳୟଙ୍କରୀ ‘ଫାଇଲିନ୍‌’, ‘ଫୋନି’, ‘ବୁଲବୁଲ୍‌’ ସହ ‘ୟାସ୍‌’ ବାତ୍ୟା ବେଳେ ପୂର୍ବ ପ୍ରସ୍ତୁତି ଯୋଗୁ ବହୁ ଧନଜୀବନକୁ ସରକାର ରକ୍ଷା କରିପାରିଥିଲେ । ଏହାକୁ ସାରା ବିଶ୍ୱ ପ୍ରଶଂସ କରିଛି । ସଂକଟମୋଚକ ନବୀନଙ୍କ ନିଷ୍ଠା ଓ ପାରିବା ପଣିଆରୁ ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ୍‌ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!