ଭୁବନେଶ୍ୱର (ବାଘୁଆବାର୍ତ୍ତା): ବସିବ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ କରୋନା ସହ ବାତ୍ୟା ମୁକାବିଲା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି । କରୋନା ମୁକାବିଲା ରାଜ୍ୟରେ ଜାରି ରହିଛି।ଅନ୍ୟପଟେ ଓଡ଼ିଶା ବାତ୍ୟା ୟାସ୍ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ରାଜ୍ୟ ବାତ୍ୟା ପୁନରୁଦ୍ଧାର ଏବଂ ବନ୍ୟା ମୁକାବିଲା ସହ ରିଲିଫ କାର୍ୟ୍ୟ ଜାରି ରହିଛି। ତେଣୁ ଆଗାମୀ ଦିନରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି ।






