ନୟାଗଡ଼, (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ସାଶନ ଓ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନିର୍ମଳ ଭାବ ମୁର୍ତିରେ ଅନୁପ୍ରାଣିତ ହୋଇ ନାଟୁଗାଁ ପଞ୍ଚାୟତର ଆଗଧାଡ଼ିର ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିବାର ଜଣା ପଡିଛି । ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ଅଧିନରେ ଥିôବା ଖେଡ଼ବାରଣା ଓ ଚୁଡ଼ାଖିଆ ଗ୍ରାମର ବିଜେପି ନେତା ବିଜେପି ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ନାଟୁଗାଁ ସରପଞ୍ଚ ପଦ୍ମଚରଣ ଉଦୟଭାନୁଙ୍କ ନେତୃତ୍ୱରେ ବିଜେପିର ଆଗ ଧାଡ଼ିର ୧୦ ଜଣ ଛାମୁଆ କର୍ମୀ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି । ବିଜେଡିରେ ଯୋଗ ଦେଇଥିବା କର୍ମୀ ମାନେ ହେଲେ, କାର୍ତ୍ତିକ ଲେଙ୍କା, ବିରେନ୍ଦ୍ର ଲେଙ୍କା, ବ୍ରଜେନ୍ଦ୍ର ଲେଙ୍କା, ସରୋଜୁ ଜେନା, ମାଟିଆ ଜେନା, ଶୁସାନ୍ତ କୁମାର ନାୟକ, ସଞ୍ଜୟ କୁମାର ନାୟକ, ପତିତ ପାବନ ବେହେରା, ନିରଞ୍ଜନ ସାହୁ ଓ ସିଲୁ ନାୟକ ପ୍ରମୁଖ ଯୋଗ ଦେଇଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ସରପଞ୍ଚ ଶ୍ରୀ ଉଦୟଭାନୁଙ୍କ ସହ ନାଟୁଗାଁ ବିଜୁ ଜନତା ଦଳର ସଭାପତି ଭଗବାନ ଜେନା, ପ୍ରତାପ ଚନ୍ଦ୍ର ବେହେରା ଓ ଦିଲ୍ଲିପ ନାୟକ ଉପସ୍ଥିତି ଥିଲେ ।






