ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତର୍ଯ୍ୟାତିୟ ବାଣିଜ୍ୟମେଳା ପ୍ରଗତୀ ମଇଦାନ ସ୍ଥିତ ହଂସଧ୍ୱନୀ ସମ୍ମିଳନୀ କକ୍ଷରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂମ୍ପର୍କ ଏବଂ ଜଳ ସଂଦପ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହା ସହିତ ଓଡ଼ିଶାର ଲୋକକଳା ଓ ଲୋକସଂସ୍କୃତି ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଉପଭୋଗ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳା ଏହି ଉତ୍ସବରେ ପଦର୍ଶିତ ହୋଇଥିଲା । ଦିଲ୍ଲୀସ୍ଥିତ ଆବାସିକ କମିଶନର ସଂଜୀବ କୁମାର ମିଶ୍ର, ରାଜ୍ୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଂଜନ ସେଠୀ, ଉତ୍ପଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍ ମହାନ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ସାଂସଦମାନେ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ସାଂସଦ ମାନଙ୍କୁ ସ୍ୱାଗତ କରାଯାଇଥିଲା ।





