ନୟାଗଡ଼,(ବାଘୁଆବାର୍ତ୍ତା): ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ ସୋମବାର ଦିନ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଏକ କାର୍ୟ୍ୟକାରୀ ବୈଠକ ତଥା ସଚେତନତା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅରୁଣ କୁମାର ମହାପାତ୍ର, ଗଣମାଧ୍ୟମର ସାମ୍ବାଦିକ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ୟ୍ୟାଳୟର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ପ୍ରାୟତଃ ୫୦ ଜଣ ଟ୍ରାନ୍ସଜେଣ୍ଡର (ତୃତୀୟଲିଙ୍ଗୀ)ଙ୍କୁ ପୁରସ୍କାର ଏବଂ ୧ ଜଣ ଟ୍ରାନ୍ସଜେଣ୍ଡର ଅଶୋକ ସାହୁଙ୍କୁ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ ତରଫରୁ ଭତ୍ତା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନିଜର ବହୁ ମୁଲ୍ୟ ବାର୍ତ୍ତା ରଖିଥିଲେ । ପରିଶେଷରେ ଜିଲ୍ଲା ସାମାମଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ ସଭାରେ ଉପସ୍ଥିତ ପ୍ରତିଟି ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାକୁ ସଫଳ ରୁପାୟନ କରିଥିଲେ ।





