ନୟାଗଡ଼, (ବାଘୁଆବାର୍ତ୍ତା): ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡା. ସୁରେଶ ଚନ୍ଦ୍ର ନାୟକ, ଏଡିଏମଓ ମେଡିକାଲ, ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ନୟାଗଡ଼ ଟ୍ରାନ୍ସଜେଣ୍ଡର ସଂଘର ସଭାପତି ଆନନ୍ଦ ନାୟକ ଉପସ୍ଥିତ ଥିଲେ । ଏହି ସଭାରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ କିପରି ପାଳନ କରାଯିବ ଏବଂ ଟ୍ରାନ୍ସଜେଣ୍ଡରମାନେ ସେମାନଙ୍କ ଅଧିକାର ବିଷୟରେ କିପରି ଅବଗତ ହୋଇପାରିବେ ଓ ସରକାରଙ୍କ ଦ୍ବାରା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ଲାଭ ଉଠାଇପାରିବେ ସେ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସଭାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ ପରିଚାଳନା କରିବା ସହିତ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।





