Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ

by ସଞ୍ଜୟ ସ୍ୱାଇଁ
May 1, 2025
in State
ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ
3
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶ୍ରମିକ କହିଲେ ଆମ ମନକୁ ବାଲି ସିମେଣ୍ଟ କାମ କରୁଥିବା ବ୍ୟକ୍ତିର ଚେହେରା ସାମ୍ନାକୁ ଆସିଯାଏ ଯେଉଁମାନଙ୍କୁ କୁହାଯାଏ ଅଣସଂଗଠିତ ଶ୍ରମିକ । ଯେଉଁଦିନ କାମକୁ ଯିବେ ସେଦିନ ଟଙ୍କା ପାଇବେ ନ ହେଲେ ନାହିଁ । ନା ସେମାନଙ୍କର କୌଣସି କାର୍ଯ୍ୟରେ ବାଧକତା ଥାଏ ନା ସେମାନଙ୍କ ପାଇଁ କୌଣସି ସ୍ୱାସ୍ଥ୍ୟ ବୀମା । ଦ୍ରୁତ ପ୍ରଯୁକ୍ତିବିଦ୍ୟା ଓ ଅନଲାଇନ୍ ଯୁଗରେ ଉଭା ହୋଇଛନ୍ତି ଡିଜିଟାଲ୍ ଶ୍ରମିକ । ଖାଦ୍ୟ ପହଞ୍ଚାଇବାଠାରୁ ଆରମ୍ଭ କରି ଘରେ ଅସଜଡ଼ା ହୋଇ ପଡ଼ିଥିବା ଯନ୍ତ୍ରପାତି ସଜାଡ଼ିବା ପର୍ଯ୍ୟନ୍ତ ସବୁ କିଛି ଆସି କରିଦେଉଛନ୍ତି ଏହି ଡିଜିଟାଲ୍ ଶ୍ରମିକମାନେ । ମୋବାଇଲ୍ର ଗୋଟିଏ କ୍ଲିକ୍ରେ ସବୁ କିଛି ଆସି ଘରେ ପହଞ୍ଚୁଛି । ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେଉଥିବାବେଳେ ଏହି ଡିଜିଟାଲ୍ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରିବାକୁ ଦାବି ଉଠିଛି । ବିଶେଷକରି ଡିଜିଟାଲ୍ କାର୍ଯ୍ୟ କରୁଥିବା ଏହି ଶ୍ରମିକମାନଙ୍କୁ ‘ଗିଗ୍ ୱାର୍କର୍’ କୁହାଯାଉଛି । ଏହି ଶ୍ରମିକମାନେ ହେଲେ ଘରକୁ ଘର ଖାଦ୍ୟ ଯୋଗାଉଥିବା ଫୁଡ୍ ଡେଲିଭରି ବୟ, କ୍ୟାବ୍ ଚାଳକ ଭଳି ଅନ୍ଲାଇନ୍ରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ଯୋଗାଉଥିବା ଶ୍ରମିକ । ସବୁଠାରୁ ବଡ଼ କଥା ହେଲା ଆମ ଦେଶ ତଥା ରାଜ୍ୟରେ ଏହି ଶ୍ରମିକମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ଲାଇନ୍ରେ ଲୋକମାନଙ୍କୁ ସୁବିଧା ଯୋଗାଉଥିବା ଏହି ଶ୍ରମିକମାନଙ୍କର ନିର୍ଦ୍ଦିଷ୍ଟ ଭାବେ କୌଣସି ଦରମା ନଥାଏ । ଯିଏ ଯେତେ ଘଣ୍ଟା କାମ କରିବେ ସେହି ଅନୁଯାୟୀ ପାରିଶ୍ରମିକ ପାଇବେ । ଯେତେବେଳେ ନିଜ ଆପ୍କୁ ଅନ୍ କରିବେ ସେତେବେଳେ ତାଙ୍କର ବେପାର ହେବ । ଯେତେବେଳେ ଅଫ୍ କରିଦେବେ ସେତେବେଳେ ବନ୍ଦ ହୋଇଯିବ । ଏହି ଶ୍ରମିକମାନଙ୍କ କ୍ଷେତ୍ରରେ କ୍ୱାଲିଟିଠାରୁ ବେଶି କ୍ୱାଣ୍ଟିଟି ଉପରେ ଅଧିକ ଧ୍ୟନ ଦିଆଯାଇଥାଏ । ଯେଉଁମାନେ ଟେକ୍ନୋଲୋଜି ସହିତ ଜଡ଼ିତ ନୁହନ୍ତି ସେମାନଙ୍କ ପାଇଁ ଏହି କାମ କରିବା ବଡ଼ କଷ୍ଟକର ବ୍ୟାପାର । ଏହି ଶ୍ରମିକମାନଙ୍କର ସ୍ୱାସ୍ଥ୍ୟଗତ ବୀମା ନଥାଏ । ଫଳରେ ସେମାନେ ବହୁଳମାତ୍ରା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏକ ଘରୋଇ ସଂସ୍ଥାରେ କମ କରୁଥିବା ପ୍ରକାଶ ବିଶ୍ୱାଳ କହନ୍ତି, ରାଜମିସ୍ତ୍ରୀ ଭାବେ କାମ କରୁଥିବା ଲୋକଙ୍କର ସୁବିଧା ଯାହା ଆମର ବି ସେଇଆ । କେବଳ ଏତିକି ଫରକ ଆମେ ସବୁ କାମ ଅନ୍ଲାଇନ୍ରେ କରୁଛୁ । ଯେଉଁଦିନ ଖଟିବୁ ସେଇଦିନ ଖାଇବୁ । ଆମର ଦେହ ଖରାପ ହେଲେ କେହି ବୁଝିବାର ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!