Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
January 25, 2025
in Nayagarh, State
ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
116
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁଭାଷ ଚନ୍ଦ୍ର ନାୟକ ଯୋଗଦେଇ ପରିବାରରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଯଦି ଉଲ୍ଲାସ ଖେଳିଉଠେ ତେବେ ଯାଇ ଏ ସମାଜ ଏକ ସୁସ୍ଥ ସମାଜରେ ପରିଗଣିତ ହେବ ବୋଲି କହିଥିଲେ । ଲିଙ୍ଗ ନିରୂପଣ ହେଉଛି ଏହିପରି ଏକ ବିକୃତ ମାନସିକତା ଯାହା ଆମ ସମାଜକୁ ଅସନ୍ତୁଳିତ କରୁଛି । ଆମ ଦେଶରେ ୧୯୯୪ ମସିହାରୁ ଏହାକୁ ଆଇନ୍ ଦ୍ଵାରା ନିଷିଦ୍ଧ କରାଯାଇଛି। ତଥାପି ଏବେ ଏହା ବେଆଇନ୍ ଭାବେ ଚାଲୁରହିଛି ।

ଏହି ଅବସରରେ ସହକାରୀ ପରିଚାଳକ (ଆଇନ) ଅଜିତ କୁମାର ପାଣିଗ୍ରାହୀ ଆଲୋଚନା ମାଧ୍ୟମରେ ଜିଲ୍ଲା ଲିଙ୍ଗ ନିରୂପଣ କରିବା ଏବଂ ଗର୍ଭପାତ କରାଇବା ସମାନ ବୋଲି କେତେକ ଭାବନ୍ତି କିନ୍ତୁ ବାସ୍ତବରେ ଦୁଇଟି ଯାକ ଏକାକଥା ନୁହେଁ ବୋଲି ବୁଝାଇ ଥିଲେ । ପୁନଶ୍ଚ ବୈଜ୍ଞାନିକ ତତ୍ତ୍ୱ ଅଧାରରେ ପୁଅ ବା ଝିଅ ହେବାଟା ସ୍ଵାମୀ ବା ପୁରୁଷ ଉପରେ ହିଁ ନିର୍ଭର କରେ ମାତ୍ର ପୁଅ ନ ହୋଇ ଝିଅ ଜନ୍ମ ହେଲେ ସାଧାରଣତଃ ସ୍ତ୍ରୀକୁ ଦାୟୀ କରାଯାଏ ଯାହା ବଦଳାଇବା ଦରକାର ବୋଲି ବୁଝାଇଥିଲେ । ଜଣେ ମହିଳାଙ୍କ ଭ୍ରୂଣର ଲିଙ୍ଗ ନିରୂପଣ କରାଇବା ପାଇଁ ଯଦି କୌଣସି ବ୍ୟକ୍ତି ପରୀକ୍ଷାକେନ୍ଦ୍ରର ବା ବିଶେଷଜ୍ଞଙ୍କର ସାହାଯ୍ୟ ଖୋଜନ୍ତି ବା ଏଥିପାଇଁ ପ୍ରବର୍ତ୍ତାନ୍ତି , ତେବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିଥାଏ ।

ଏଥିପାଇଁ ଯେ କେହି ବି ଉପଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ, ନୟାଗଡ ତଥା ଜିଲ୍ଲା ସ୍ତରରେ ଲିଙ୍ଗ ନିରୂପଣ ସମ୍ପର୍କିତ ସୂଚନା ଗ୍ରହଣ କରିବା ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ଜଣାଇ ପାରିବେ ଓ ସୂଚନଦାତା ହିସାବରେ ପ୍ରୋତ୍ସାହନ ରାଶି ତିନୋଟି କିସ୍ତିରେ ପଚିଶି ହଜାର ଟଙ୍କା ପାଇବା ପାଇଁ ହକଦାର ହୋଇ ପାରିବେ । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଏନଏସି ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଆଇଟିଆଇ, ନୟାଗଡର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁଣି ଜନ୍ମ ସମୟରେ ଶିଶୁ ଲିଙ୍ଗ ଅନୁପାତରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଦଶପଲ୍ଲା ବ୍ଲକ, ନୂଆଗାଁ ବ୍ଲକ ଓ ନୟାଗଡ ବ୍ଲକର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତରଫରୁ ସମ୍ପର୍କିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଯୋଗ ଦେଇ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!