Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଗୁଆ ନିର୍ବାଚନ ହେବ ନାହିଁ, ଓଡିଶା ଆସିବେ ଜାତୀୟ ନିର୍ବାଚନ ଆୟୋଗଙ୍କ ଅଫିସର ଟିମ୍

by ସଞ୍ଜୟ ସ୍ୱାଇଁ
August 29, 2023
in Politics, State
ଆଗୁଆ ନିର୍ବାଚନ ହେବ ନାହିଁ, ଓଡିଶା ଆସିବେ ଜାତୀୟ ନିର୍ବାଚନ ଆୟୋଗଙ୍କ ଅଫିସର ଟିମ୍
345
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ବାରମ୍ବାର ଖବର ପ୍ରସାରଣ ଜାରି ରଖିଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ପୁଣିଥରେ ଏଭଳି ସମ୍ଭାବନାକୁ ଖାରଜ କରିଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ଅବଧିରେ ହେବ ତଥା ଜାତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି । ଏହାସହିତ ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ତଦାରଖ କରିବା ନିମନ୍ତେ ଆସନ୍ତାମାସ ସେପ୍ଟେମ୍ବର ୧୩ତାରିଖରେ ଜାତୀୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସିବେ ବୋଲି ଶ୍ରୀ ଧଳ କହିଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସେପ୍ଟେମ୍ବର ୧୩ତାରିଖରେ ଓଡ଼ିଶା ଆସି ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନା କରିବେ । ଏହା ଏକ ରୁଟିନ୍ ପ୍ରକ୍ରିୟା। ମୁଖ୍ୟ ନିର୍ବାଚନ ଆୟୋଗ କିମ୍ବା ଆୟୋଗଙ୍କ ସଦସ୍ୟ କେହି ଏବେ ଆସିବେ ନାହିଁ କିମ୍ବା ସେମାନେ ଓଡ଼ିଶା ଆସିବା ନେଇ କୌଣସି ସୂଚନା ନାହିଁ । ସାଧାରଣ ନିର୍ବାଚନ ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଏ । ରାଜ୍ୟରେ ଆବଶ୍ୟକ ଅନୁସାରେ ଇଭିଏମ୍ ମେସିନ୍ ବହୁ ପୂର୍ବରୁ ପହଂଚିସାରିଛି । ୯ଟି ଜିଲ୍ଲାରେ ଭିଭିପାଟ୍ ପହଂଚିଛି ଓ ବାକି ୨୧ଟି ଜିଲ୍ଲା ପାଇଁ ଖୁବଶୀଘ୍ର ଭିଭିପାଟ୍ ଆସିବ । ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ଉଭୟ ଇଭିଏମ୍ ଓ ଭିଭିପାଟ୍ ଯାଂଚ ପ୍ରକ୍ରିୟା ହୋଇ ନଭେମ୍ବର ୧୫ତାରିଖ ସୁଦ୍ଧା ଏହା ଶେଷ ହେବ । ଚୂଡ଼ାନ୍ତ ଚିଠା ଭୋଟର ତାଲିକା ଆସନ୍ତା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ । ଏହି ସମସ୍ତ ପ୍ରକ୍ରିୟା ସାଧାରଣ ନିର୍ବାଚନ ସହ ଜଡ଼ିତ । ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନଥିବା ଶ୍ରୀ ଧଳ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ମଧ୍ୟ ଶ୍ରୀ ଧଳ ଶ୍ରୀ ଧଳ ଗତ ୨-୩ ମାସ ତଳେ ଖାରଜ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!