ନୟାଗଡ଼,(ବାଘୁଆବାର୍ତ୍ତା): ନଟରାଜ ସାଂସ୍କୃତିକ ଅନୁଷ୍ଠାନର ବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ନାଟକ ମହୋତ୍ସବରେ ଚାରିଦିନ ଧରି ହେବାକୁ ଥିବା ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ନାଟ୍ୟକାର ଡ଼ ସୁଧାଂଶୁ ନାୟକଙ୍କ ରଚନା ଓ ନିର୍ଦ୍ଦେଶନାର ନାଟକ ବିଷର ବଳୟ ମଞ୍ଚସ୍ଥ ହୋଇଥିଲା। ବର୍ତମାନ ସମୟର ଯୁବ ପିଢ଼ି କେମିତି ନିଶା ରୂପକ ବିଷକୁ ଗ୍ରହଣ କରି ନଷ୍ଟ ହେଇଛନ୍ତି ତାରି ଉପରେ ପର୍ୟ୍ୟବେସିତ। ପରେ ଢେଙ୍କାନାଳ, ନୟାଗଡ଼,ଓ ଭୁବନେଶ୍ବରର କଳାକାରମାନେ ପ୍ରତ୍ୟେକ ସନ୍ଧ୍ୟାରେ ନାଟକ ପରିବେଷଣ କରିବେ। ଆଜିର ଏହି ନାଟକ ଉତ୍ସବରେ ପ୍ରଖ୍ୟାତ ଜଣା ଶୁଣା ଅଭିନେତା ଅଶ୍ରୁମୋଚନ ମହାନ୍ତି, ସଂଗୀତ ନାଟକ ଏକାଡ଼ମୀର ସଚିବ ପ୍ରମୋଦ ମିଶ୍ର ନାଟକ କୁ ଖୁବ୍ ପ୍ରଶଂସା କରିଥିଲେ ଭଦ୍ରକ କଳାର ମାଟି ବୋଲି କହି କଳାକାର ମାନଙ୍କୁ ବେଶ ପ୍ରଶଂସା କରିଥିଲେ। ସେହିପରି ଭଦ୍ରକ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଅତିରିକ୍ତ ଏସପି ବିଜୟ କେରକେଟା ଯୋଗ ଦେଇଥିଲେ। ସେହିପରି ସମ୍ପାଦକ ନରେନ୍ଦ୍ର ପରିଡା ବିବରଣୀ ପାଠ କରୁଥିଲେ। ସଭାପତି ଡ଼ ସୁଧାଂଶୁ ନାୟକ ଭଦ୍ରକରେ ଏକ ନାଟ୍ୟଶାଳ ବା ଏକ ଅଡିଟୋରିୟମ ନିର୍ମାଣ ପାଇଁ ଦାବୀ ରଖିଥିଲେ। ପ୍ରଥମ ଦିନରେ ପରିବେଷିତ ନାଟକ ‘ବିଷର ବଳୟ ରେ ଅନୁଗ୍ରହ ଦୀକ୍ଷିତ, କ୍ଷୀତିଶ ନାୟକ, ସୁବାସ ମହାପାତ୍ର, ମନୋଜ ମିଶ୍ର, ଦେବବ୍ରତ ମହାନ୍ତି, ସରୋଜ ସିଂ, ବିଶ୍ଵରଞ୍ଜନ ଦାସ, ନିର୍ମଳ ପରିଡ଼ା, ପ୍ରଦୀପ ବାରିକ, ସୁମିତା ପଣ୍ଡା, ସାନିଆ ସା, କାଳନ୍ଦୀ ମଲ୍ଲିକ, ଉମାକାନ୍ତ ବାରିକ, ଭବେଶ ସାହୁ, ଅଜୟ ନାୟକ, ବୃନ୍ଦାବନ ସାହୁ ଓ ଗଜେନ୍ଦ୍ର ପାତ୍ର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କୃଷ୍ଣଚନ୍ଦ୍ର ପଣ୍ଡା । ଏହି ନାଟକ ମହୋତ୍ସବ ରେ ଉପ ସଭାପତି ଶିବ ପ୍ରସାଦ ମହାନ୍ତି, ସହ ସମ୍ପାଦକ କମଲ ଲୋଚନ ପଣ୍ଡା, ପଦ୍ମନ ରାୟ, ନିହାର, ବରିଷ୍ଟ ସାମ୍ୱାଦିକ ନିହାର ଦାସ, ଉମା କଲ୍ୟାଣ ମହାପାତ୍ର, କର୍ମକର୍ତ୍ତା ରାଧାକାନ୍ତ ସାହୁ ସହଯୋଗ କରିଥିଲେ। ଆଜିର ଏହି ନାଟକଟିକୁ କଟକର ରେଡ଼ିଓ ସିଗ୍ନାଲ ମଞ୍ଚ, ଲାଇଟ୍ ସାଉଣ୍ଡ, ମେକପ ପରିଚାଳନା କରିଥିଲେ।






