ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ସର୍ବପୁରାତନ ନାଟ୍ୟ ସଂସ୍ଥା ‘ସଂସ୍କୃତି ସଂସଦ’ ଦ୍ୱାରା ଏ ବର୍ଷର ନାଟକ ଅଶ୍ୱମେଧ ଘୋଡ଼ା ବୁଧବାର ସଂନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି । ପଠାଣି ସାମନ୍ତ ଅଡ଼ିଟୋରିୟମ ପରିସରରେ ମଞ୍ଚସ୍ଥ ଏହି ନାଟକକୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଉଦଘାଟନ କରିଥିଲେ । ଅଶ୍ୱମେଧର ଘୋଡ଼ା ନାଟକଟି ନାଟ୍ୟକାର ଡ଼ ସୁଧାଂଶୁ ନାୟକଙ୍କ ରଚିତ ଓ ଭଗବତୀ ଚରଣ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଛି । ନୟାଗଡ଼ କଳା ସାହିତ୍ୟ ଓ ସଂସ୍କୃତିକୁ ବ ।ଇ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । ଏଥି ସହିତ ଏହି ନାଟକକୁ ଦେଖିବା ପାଇଁ ବହୁମାତ୍ରାରେ ନାଟକ ପ୍ରେମୀ ଯୋଗ ଦେଇ ଅଶ୍ୱମେଧର ଘୋଡ଼ା ନାଟକକୁ ଉପଭୋଗ କରିଥିବା ଜଣାଯାଇଛି ।





