Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁଏଫଓର ରହସ୍ୟ ଭେଦ କରିବ ନାସା

by ସଞ୍ଜୟ ସ୍ୱାଇଁ
June 6, 2021
in NATIONAL NEWS
ୟୁଏଫଓର ରହସ୍ୟ ଭେଦ କରିବ ନାସା
145
VIEWS
Share on FacebookShare on Twitter

ଓ୍ବାସିଂଟନ,(ବାଘୁଆବାର୍ତ୍ତା): ୟୁଏଫଓ ବା ଅଚିହ୍ନା ଉଡ଼ନ୍ତା ବସ୍ତୁ କିମ୍ବା ଲୋକପ୍ରିୟ ଭାଷାରେ ଉଡ଼ନ୍ତା ଥାଳିଆକୁ ନେଇ ଗତ ପ୍ରାୟ ଏକ ଶତାବ୍ଦୀ ଧରି ବିଶ୍ବରେ ତର୍କ ବିତର୍କ ଲାଗି ରହିଛି । କିନ୍ତୁ ଆଜି ବି ଏହି ପ୍ରସଙ୍ଗ ବେଶ୍ ରହସ୍ୟମୟ ହୋଇ ରହିଛି । ଏପରିକି କେତେକ ବୈଜ୍ଞାନିକ ଜଗତରେ ଏହାକୁ ଏକ କଳ୍ପନା ବୋଲି ଏପର୍ଯ୍ୟନ୍ତ ମନେ କରାଯ଼ାଉଛି । ତେବେ ଆମେରିକା ମହାକାଶ ସଂସ୍ଥାର ନୂଆ ମୁଖ୍ୟ ବିଲ୍ ନିଲସନ ଏହାକୁ ଆଦୌ କଳ୍ପନାପ୍ରସୂତ କିମ୍ବା ଭାବନ୍ତି ନାହିଁ । ୟୁଓଫଓ ସମ୍ପର୍କରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗବେଷଣା କରିବାକୁ ସେ ନାସାର ବୈଜ୍ଞାନିକମାନଙ୍କୁ କହିଛନ୍ତି । ଗତ ବର୍ଷ ଏପ୍ରିଲ ମାସରେ ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରେ କେତେକ ଅତ୍ୟନ୍ତ ଗୋପନୀୟ ରିପୋର୍ଟକୁ ସାର୍ବଜନୀନ କରାଯାଇଥିଲା । ଏସବୁ ରିପୋର୍ଟରେ କୁହାଯାଇଥିଲା ଯେ ଆମେରିକା ନୌସେନାର ପାଇଲଟମାନେ ୟୁଏଫଓ ପରି କେତେକ ବସ୍ତୁ ଦେଖିଛନ୍ତି । ଏ ସମ୍ପର୍କିତ ଏକ ଭିଡିଓ ପୂର୍ବରୁ ହିଁ ଗଣମାଧ୍ୟମରେ ଲିକ ହୋଇଯ଼ାଇଥିଲା । ପରେ ଆମେରିକୀୟ ନୌସେନା ପକ୍ଷରୁ ଏ ସମ୍ପର୍କରେ ଆଉ କେତେକ ସବିଶେଷ ରିପୋର୍ଟ ପ୍ରକାଶ କରାଗଲା । ଏବେ ନାସା ଏ ସମ୍ପର୍କରେ ଗବେଷଣା କରିବାକୁ ପ୍ରସ୍ତୁତ ହେଉଥିବାରୁ ଆଗକୁ ଆହୁରି ଚମକପ୍ରଦ ତଥ୍ୟ ମିଳିବାର ସମ୍ଭାବନା ରହିଛି । ଏପରିକି ଯ଼ଦି ୟୁଏଫଓ ଗୁଡ଼ିକ ସତ ବୋଲି ପ୍ରମାଣିତ ହୁଏ ତେବେ ଏଲିଏନ ବା ବାହାର ଗ୍ରହଣର ଜୀବ ଏହାକୁ ଚଳାଉଥିବା ମଧ୍ୟ ପ୍ରମାଣିତ ହୋଇପାରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!