Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାକାଶ ଷ୍ଟେସନରେ ବଢ଼ୁଛି ଲଙ୍କା ଗଛ

by ସଞ୍ଜୟ ସ୍ୱାଇଁ
July 18, 2021
in NATIONAL NEWS, Planning and Development
ମହାକାଶ ଷ୍ଟେସନରେ ବଢ଼ୁଛି ଲଙ୍କା ଗଛ
86
VIEWS
Share on FacebookShare on Twitter

ନୂଆଦିଲ୍ଳୀ, (ବାଘୁଆବାର୍ତ୍ତା): ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍ରେ ୪୮ ହାଚ୍ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ପଠାଯାଇଥିଲା । ସ୍ପେସ୍ଏକ୍ସ କାର୍ଗୋ ଜାହାଜରେ ତାହା ଜୁନ୍ ୫ ତାରିଖରେ ବାହ୍ୟ କକ୍ଷପଥରେ ପହଞ୍ଚିଥିଲା । ପ୍ରାୟ ମାସକ ପରେ ନାଲି ଓ କଞ୍ଚା ଲଙ୍କା ଚାରା ବଢ଼ିବା ଆରମ୍ଭ କଲା । ମହାକାଶକୁ ଯାଇଥିବା ଏହି ଲଙ୍କାର ନାଁ ‘ଏସ୍ପାନୋଲା ଇମ୍ପ୍ରୁଭ୍ଡ ନୁମେକ୍ସ (ନ୍ୟୁ ମେକ୍ସିକୋ) ହାଚ୍ କଞ୍ଚା’ । ଏହାକୁ କଞ୍ଚାବେଳେ ଖିଆଯାଏ । ପାଚିଲେ ଅର୍ଥାତ ଲାଲ୍ ପଡ଼ିଗଲେ, ଗୁଣ୍ଡ କରି ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ର ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ଏହି ଲଙ୍କା ଗଛ ବଢୁଛି । ଆଉ ଦୁଇ ମାସରେ ମହାକାଶଚାରୀମାନେ କଞ୍ଚା ଓ ନାଲି ଲଙ୍କାକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବେ । ଏହି ଲଙ୍କା ଗଛ ‘ଆଡ୍ଭାନ୍ସଡ ପ୍ଲାଣ୍ଟ ହାବିଟାଟ୍ (ଏପିଏଚ୍) ନାମକ ଡିଭାଇସ୍ରେ ବଢୁଛି । ଏପିଏଚ୍ ଅନ୍ୟତମ ୩ୟ ଚାରା ବୃଦ୍ଧିକାରୀ ବଖରା, ଯାହା ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ପ୍ରୟୋଗ କରେ । ୧୮୦ରୁ ଅଧିକ ସେନ୍ସରଯୁକ୍ତ ଏହି ଡିଭାଇସ୍ ଆର୍ଦ୍ରତା ସ୍ତର, ଅଙ୍ଗାରକାମ୍ଳ ସ୍ତର, ତାପମାତ୍ରା, ଆଲୋକ ଆଦିକୁ ନିୟନ୍ତ୍ରିତ କରେ, ଯାହା ଫଳରେ ଚାରାଗୁଡ଼ିକ ପୃଥିବୀର ପରିବେଶ ଭଳି ବଢ଼ିପାରିବ । ବର୍ତ୍ତମାନ ମହାକାଶଚାରୀ ଶେନ୍ କିମ୍ବ୍ରୋଗ୍ ଏହି ପରୀକ୍ଷଣର ତଦାରଖ କରୁଛନ୍ତି । ପୂର୍ବରୁ ସେ ଏଭଳି ଅନେକ ପରୀକ୍ଷଣର ଅଂଶ ରହିଛନ୍ତି । ୨୦୧୬ରେ ସେ ମହାକାଶ ଷ୍ଟେସନ୍ରେ ରେଡ୍ ରୋମେନ୍ ଲେଟ୍ୟୁସ୍ର ନମୁନା ଚାଷ କରିଥିଲେ । ସେ ମଧ୍ୟ ପ୍ଲାଣ୍ଟ ହାବିଟାଟ୍-୦୪ ପରୀକ୍ଷଣ ଆରମ୍ଭ କରିଥିଲେ । ତେବେ ସଦ୍ୟ ପରୀକ୍ଷଣର ଫଳ ଶେନ୍ ଦେଖିପାରିବେ ନାହିଁ । କାରଣ ଲଙ୍କା ଫଳିବା ବେଳକୁ ସେ ପୃଥିବୀକୁ ଫେରିଆସିଥିବେ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!