Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାକାଶ ଷ୍ଟେସନରେ ବଢ଼ୁଛି ଲଙ୍କା ଗଛ

by ସଞ୍ଜୟ ସ୍ୱାଇଁ
July 18, 2021
in NATIONAL NEWS, Planning and Development
ମହାକାଶ ଷ୍ଟେସନରେ ବଢ଼ୁଛି ଲଙ୍କା ଗଛ
84
VIEWS
Share on FacebookShare on Twitter

ନୂଆଦିଲ୍ଳୀ, (ବାଘୁଆବାର୍ତ୍ତା): ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍ରେ ୪୮ ହାଚ୍ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ପଠାଯାଇଥିଲା । ସ୍ପେସ୍ଏକ୍ସ କାର୍ଗୋ ଜାହାଜରେ ତାହା ଜୁନ୍ ୫ ତାରିଖରେ ବାହ୍ୟ କକ୍ଷପଥରେ ପହଞ୍ଚିଥିଲା । ପ୍ରାୟ ମାସକ ପରେ ନାଲି ଓ କଞ୍ଚା ଲଙ୍କା ଚାରା ବଢ଼ିବା ଆରମ୍ଭ କଲା । ମହାକାଶକୁ ଯାଇଥିବା ଏହି ଲଙ୍କାର ନାଁ ‘ଏସ୍ପାନୋଲା ଇମ୍ପ୍ରୁଭ୍ଡ ନୁମେକ୍ସ (ନ୍ୟୁ ମେକ୍ସିକୋ) ହାଚ୍ କଞ୍ଚା’ । ଏହାକୁ କଞ୍ଚାବେଳେ ଖିଆଯାଏ । ପାଚିଲେ ଅର୍ଥାତ ଲାଲ୍ ପଡ଼ିଗଲେ, ଗୁଣ୍ଡ କରି ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ର ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ଏହି ଲଙ୍କା ଗଛ ବଢୁଛି । ଆଉ ଦୁଇ ମାସରେ ମହାକାଶଚାରୀମାନେ କଞ୍ଚା ଓ ନାଲି ଲଙ୍କାକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବେ । ଏହି ଲଙ୍କା ଗଛ ‘ଆଡ୍ଭାନ୍ସଡ ପ୍ଲାଣ୍ଟ ହାବିଟାଟ୍ (ଏପିଏଚ୍) ନାମକ ଡିଭାଇସ୍ରେ ବଢୁଛି । ଏପିଏଚ୍ ଅନ୍ୟତମ ୩ୟ ଚାରା ବୃଦ୍ଧିକାରୀ ବଖରା, ଯାହା ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ରେ ପ୍ରୟୋଗ କରେ । ୧୮୦ରୁ ଅଧିକ ସେନ୍ସରଯୁକ୍ତ ଏହି ଡିଭାଇସ୍ ଆର୍ଦ୍ରତା ସ୍ତର, ଅଙ୍ଗାରକାମ୍ଳ ସ୍ତର, ତାପମାତ୍ରା, ଆଲୋକ ଆଦିକୁ ନିୟନ୍ତ୍ରିତ କରେ, ଯାହା ଫଳରେ ଚାରାଗୁଡ଼ିକ ପୃଥିବୀର ପରିବେଶ ଭଳି ବଢ଼ିପାରିବ । ବର୍ତ୍ତମାନ ମହାକାଶଚାରୀ ଶେନ୍ କିମ୍ବ୍ରୋଗ୍ ଏହି ପରୀକ୍ଷଣର ତଦାରଖ କରୁଛନ୍ତି । ପୂର୍ବରୁ ସେ ଏଭଳି ଅନେକ ପରୀକ୍ଷଣର ଅଂଶ ରହିଛନ୍ତି । ୨୦୧୬ରେ ସେ ମହାକାଶ ଷ୍ଟେସନ୍ରେ ରେଡ୍ ରୋମେନ୍ ଲେଟ୍ୟୁସ୍ର ନମୁନା ଚାଷ କରିଥିଲେ । ସେ ମଧ୍ୟ ପ୍ଲାଣ୍ଟ ହାବିଟାଟ୍-୦୪ ପରୀକ୍ଷଣ ଆରମ୍ଭ କରିଥିଲେ । ତେବେ ସଦ୍ୟ ପରୀକ୍ଷଣର ଫଳ ଶେନ୍ ଦେଖିପାରିବେ ନାହିଁ । କାରଣ ଲଙ୍କା ଫଳିବା ବେଳକୁ ସେ ପୃଥିବୀକୁ ଫେରିଆସିଥିବେ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!