ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ କୁରାଳ ଗ୍ରାମପଞ୍ଚାୟତ ତରଫରୁ ସ୍ଥାନୀୟ କଲ୍ୟାଣିମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି ।ଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ସରପଞ୍ଚ ଝିଲି ପ୍ରଧାନ ଯୋଗ ଦେଇଥିବା ନିମନ୍ତ୍ରିତ ଅତିଥି ଭାବେ କୁରାଳ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ,ଏବଂ ସାମ୍ବାଦିକ ଗଣେଶ୍ୱର ସାହୁ ଉପସ୍ଥିତ ଥିଲେ ।ସମାଜରେ ନାରୀ ସଶକ୍ତିକରଣ ହେଲେ ଦେଶର ଉନ୍ନତି ସମ୍ଭବ ଏବଂ ନାରୀଙ୍କର ପ୍ରଗତିରେ ସମାଜର ଉନ୍ନତି ହେବ ବୋଲି ଝିଲି ପ୍ରଧାନ କହିଥିଲେ ।ଏହି ଅବସରରେ କୁରାଳ ଉଚ୍ଚ ବିଦ୍ୟାଳୟ ଠାରୁ ଏକ ସଚେତନତା ରାଲି ବାହାରି ମେଡିକାଲ ସ୍ଥିତ କଲ୍ୟାଣିମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲା ।ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ମହିଳାମାନେ ନାରୀ ସଚେତନତା ଏବଂ ସଶକ୍ତିକରଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରିଥିଲେ । ନିଜେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିଥିବା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ, ନାଥିଆପଲ୍ଲୀକୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ଆଜିର କାର୍ଯ୍ୟକ୍ରମରେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିବା ନେଇ ଏମ.ବି.କେ ମହାଲକ୍ଷ୍ମୀ ପଣ୍ଡା ସୂଚନା ଦେଇଛନ୍ତି ।ଠିକ ସେହିପରି ରୋହିବାଙ୍କ ,ଗିରିଡ଼ିପଲ୍ଲୀ,କୋମଣ୍ଡ ଏବଂ ସୁନାମୁଁହି ଗ୍ରାମପଞ୍ଚାୟତରେ ଅନୁରୂପଭାବେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଅଛି ।





