Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାର୍କୋଟିକ୍ସ ବିଭାଗ ନାସିରା ଖାତୁନ ଓ ଅବିଦା ଖାତୁନଙ୍କୁ ଜେରା କରିବ

by ସଞ୍ଜୟ ସ୍ୱାଇଁ
January 13, 2025
in Crime, State
ନାର୍କୋଟିକ୍ସ ବିଭାଗ ନାସିରା ଖାତୁନ ଓ ଅବିଦା ଖାତୁନଙ୍କୁ ଜେରା କରିବ
40
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାରିଜୁଆନା କାରବାର ପଛରେ ସୁନ୍ଦରୀ ମହିଳା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଥିବା ୧୦ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ମାମଲାରେ କଷ୍ଟମ୍‌ ବିଭାଗକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହି ଚୋରା ଚାଲାଣ ପଛରେ ଏକ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ କାମ କରୁଛି ବୋଲି ପ୍ରାଥମିକ ସୂଚନା ମିଳିଛି। ଏହି ନିଶା ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତକୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍‌ ଓ ଅବିଦା ଖାତୁନ୍‌ଙ୍କୁ ନାର୍କୋଟିକ୍ସ ବିଭାଗର ଅଧିକାରୀମାନେ ଜେରା କରିବେ ବୋଲି ଜଣାପଡ଼ିଛି। ଗତ ୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ୯ କେଜି ମାରିଜୁଆନା ଜବତ ହୋଇଥିଲା। ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍ ଓ ଅବିଦା ଖାତୁନ୍‌ଙ୍କୁ ଦୁଇଟି ଟ୍ରଲି ବ୍ୟାଙ୍ଗରେ ମାରିଜୁନା ଧରି ଆସୁଥିବା ଅଭିଯୋଗ ହୋଇଥିଲା। ଅବିଦା ଖାତୁନ୍‌ଙ୍କ ବ୍ୟାଗରୁ ୪.୦୧ କେଜିର କଣ୍ଟ୍ରାବ୍ରାଣ୍ଡ ମେରିଜୁଆନା ଓ ନାସିରା ଖାତୁନ୍‌ ୫.୫୮ କେଜିର କଣ୍ଟ୍ରାବ୍ରାଣ୍ଡ ମେରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ। ଯାହାର ଅନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ଟଙ୍କା ହେବ। ଜବତ ହୋଇଥିବା କଣ୍ଟ୍ରାବ୍ରାଣ୍ଡ ମେରିଜୁଆନା ପଶ୍ଚିମବଙ୍ଗ ଚାଲାଣ ହୋଇଥାଆନ୍ତା। ୬ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ଗିରଫ ଦୁଇ ମହିଳାଙ୍କ ଓକିଲ ଶୁଭ୍ରଜିତ ମହାନ୍ତିଙ୍କ କହିଛନ୍ତି, ମାରିଜୁଆନା ଜବତ ୨ ଲଗେଜ ବ୍ୟାଗ ଉକ୍ତ ମହିଳାଙ୍କର ବୋଲି ପ୍ରମାଣ ମିଳିନାହିଁ। ସିଡ଼ି ଦାଖଲ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!