ନୟାଗଡ଼, (ବାଘୁଆବାର୍ତ୍ତା): ନାରାୟଣୀ ହାଇସ୍କୁଲ ଶରଣକୁଳର ୧୯୭୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଂଶୀଧର ଡାକୁଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଷଷ୍ଠ ଥର ପାଈଁ ଏହି ବନ୍ଧୁ ମିଳନ ଶରଣକୁଳ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଛି । ଦିବ୍ୟଙ୍ଗତ ଶିକ୍ଷକ ଓ ସହପାଠୀ ମାନଙ୍କ ପାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍କୁଲ୍ ସମୟର ଅତୀତ ଅଭୁଲା ସ୍ମୃତି ଓ ଘଟଣାବଳୀ ଗୁଡିକୁ ମନେ ପକାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ପୁରାତନ ଛାତ୍ରମାନେ ଦିଲ୍ଲୀପ କୁମାର କର, କିଶୋର ଚନ୍ଦ୍ର ସାହୁ, ଜୟନ୍ତ କୁମାର ମିଶ୍ର, ଅଶୋକ କୁମାର ରଥ, ସୁଶାନ୍ତ କୁମାର ପଣ୍ଡା, ଦୁର୍ୟ୍ୟୋଧନ ସାହୁ, ହିମାଂଶୁ ଶେଖର ସାହୁ, ରବିନ୍ଦ୍ର କୁମାର ଦାଶ, ଗଗନ ବିହାରୀ ମିଶ୍ରଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ହୋଇଥିଲା । କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।





