Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲାଣ ବେଳେ ୩୧ ଗୋରୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
February 16, 2025
in State
ଚାଲାଣ ବେଳେ ୩୧ ଗୋରୁ ଉଦ୍ଧାର
60
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଳମ୍ବିତ ରାତିରେ ନରସିଂହପୁର ପୋଲିସ ପକ୍ଷରୁ ସଂରକ୍ଷିତ ଜଙ୍ଗଲରେ ଚଢାଉ । ବେଆଇନ୍ ଗୋଚାଲାଣ ବେଳେ ୩୧ ଗୋରୁ ଉଦ୍ଧାର କରି ଗୋଟିଏ ପିକଅପ୍ ଭ୍ୟାନ୍, ଦୁଇଟି ବାଇକ୍ ଜବତ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଶାନ୍ତ ଜେନା, ଫକୀର ଜେନା, କୃଷ୍ଣ ମଲ୍ଲିକ, ଅକ୍ଷୟ ମଲ୍ଲିକ, ରବୀନ୍ଦ୍ର ସାହୁ ଓ ଗଣେଶ ମଲ୍ଲିକ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବୀରସିଂହପୁର -ଚତରାପଦା ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ଏହି ଚଢାଉ ହୋଇଛି । ସୂଚନା ମୁତାବକ, ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ଗୋଚାଲାଣ ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶକ୍ରମେ ସ୍ପେସିଆଲ ସ୍କ୍ୱାଡ଼ ଓ ନରସିଂହପୁର ପୋଲିସ ପକ୍ଷରୁ ଶନିବାର ବିଳମ୍ୱିତ ରାତିରେ ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉରେ ନରସିଂହପୁର ଥାନା ଅନ୍ତର୍ଗତ ବୀରସିଂହପୁର -ଚତରାପଦା ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ବନ୍ଧା ହୋଇ ରଖା ହୋଇଥିବା ୩୧ ଟି ଗୋରୁ ଉଦ୍ଧାର ହୋଇଥିଲା । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନରସିଂହପୁର ପୋଲିସ । ଜବତ ହୋଇଥିବା ଗୋରୁ ମାନଙ୍କୁ ଗୋ ଶାଳରେ ଛଡ଼ା ଯିବ ବୋଲି ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!