Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାର କହିଲେ ନାହାନ୍ତି ନକ୍ସଲ, କିନ୍ତୁ ସଞ୍ଜ ହେଲେ ଦିଶୁ ନାହାନ୍ତି ଲୋକ

by ସଞ୍ଜୟ ସ୍ୱାଇଁ
July 12, 2021
in Crime, State
ସରକାର କହିଲେ ନାହାନ୍ତି ନକ୍ସଲ, କିନ୍ତୁ ସଞ୍ଜ ହେଲେ ଦିଶୁ ନାହାନ୍ତି ଲୋକ
232
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିଲେ ସରକାର। ଏହି ଘୋଷଣାକୁ ବର୍ଷେ ବିତିନି, ହେଲେ ଦେଖିବାକୁ ମିଳିଲାଣି ନକ୍ସଲଙ୍କ ଗତିବିଧି। ଯେଉଁଥିପାଇଁ ଗତ ଶନିବାର କନ୍ଧମାଳ-ବୌଦ୍ଧ ସୀମାନ୍ତବର୍ତ୍ତୀ ସମାଡାଙ୍ଗୀ-ନଦେନ ଜଙ୍ଗଲରେ ହୋଇଥିଲା ଏନ୍‌କାଉଣ୍ଟର। ଏଥିରେ ଦୁଇ ଏସ୍‌ଓଜି ଯବାନ ଗୁରୁତ ହୋଇଥିଲେ। ଏହି ଅପରେସନ୍‌ ପରେ ଏବେ ଜଙ୍ଗଲ ପାଶ୍ୱବର୍ତ୍ତୀ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଦିନରେ ଗାଁରେ ବୁଲି ପାରୁନାହାନ୍ତି। ସଞ୍ଜ ନଇଁବା ପୂର୍ବରୁ ତାଟିକବାଟ ପକାଇ ଘରେ ରହୁଛନ୍ତି। ଆଜକୁ ୫ ବର୍ଷ ତଳେ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ ନକ୍ସଲ। ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ କେ.କେ.ବିଏନ. ନକ୍ସଲଙ୍କ ଗତିବିଧି ମିଳୁଥିଲା। ତେବେ ୨୦୧୬ ମସିହାରେ ବୌଦ୍ଧ ଜିଲ୍ଲାର ପୂର୍ବତନ ଏସ୍‌ପି ବି. ଗଙ୍ଗାଧର ନକ୍ସଲ ଅପରେସନ୍‌କୁ ଜୋରଦାର କରିଥିଲେ। ଯାହାଫଳରେ ନକ୍ସଲଙ୍କ ଗତିବିଧି ଉପରେ ଅଙ୍କୁଶ ଲାଗିଥିଲା। କହିବାକୁ ଗଲେ ନକ୍ସଲ ମୁକ୍ତ ହୋଇଥିଲା ଜିଲ୍ଲା। ଯେଉଁଥିପାଇଁ ସରକାର ଗତବର୍ଷ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିଲେ। ସରକାରଙ୍କ ଏହି ଘୋଷଣା ପରେ ଲୋକଙ୍କ ମନରେ ଥିବା ଭୟ ବହୁ ମାତ୍ରାରେ ଦୂର ହୋଇଥିଲା। ଲୋକମାନେ ସ୍ୱଚ୍ଛନ୍ଦରେ ନିଜର କାମ କରୁଥିଲେ। ତେବେ ଗତ ଶନିବାର ନକ୍ସଲଙ୍କ ସହିତ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟ ପରେ ଜଙ୍ଗଲ ପାଶ୍ୱବର୍ତ୍ତୀ ଉମା ପଞ୍ଚାୟତର ଲୋକଙ୍କ ମଧ୍ୟରେ ଭୟର ବାତା ବରଣ ଖେଳି ଯାଇଛି। ଦିନହେଉ ବା ରାତି ଲୋକମାନେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ସଞ୍ଜ ନଇଁବା ପୂର୍ବରୁ ଗାଁଲୋକେ ଘରକୁ ଫେରି ଆସୁଛନ୍ତି। ଘରେ ତାଟି କବାଟ ଦେଇ ରହୁଛନ୍ତି। ଅନ୍ୟପକ୍ଷରେ ନକ୍ସଲଙ୍କ ଗତିବିଧି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଲୋକଙ୍କ ମନରୁ ନକ୍ସଲ ଭୟ ଦୂର କରିବା ଜିଲ୍ଲା ପ୍ରଶାସନ ପାଇଁ କାଠିକର ପାଠ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଇତିହାସକୁ ଦେଖିଲେ ୨୦୧୪ ମସିହାରେ ଜିଲ୍ଲାର ନୟାଗଡ ସୀମାନ୍ତ ମୁଣ୍ଡେଶ୍ୱର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନକ୍ସଲମାନେ ଛତ୍ରଭାଙ୍ଗ ଦେଇ ଫେରାର ହୋଇଥିଲେ। ଆଉ ସୁରକ୍ଷା କର୍ମୀ ସେହି ଜଙ୍ଗଲରୁ ବିପୁଳ ପରିମାଣର ଡେଟୋନେଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ସେହିପରି ୨୦୧୬ ମସିହାରେ ହରଭଙ୍ଗା ବ୍ଲକର ତୁକୁଲୁଣ୍ଡା ଗାଁରୁ କେ.କେ.ବିଏନ. ନକ୍ସଲ ସଂଗଠନର ଜଣେ ହାର୍ଡକୋର ମହିଳା ନକ୍ସଲ ଜ୍ୟୋତି ମାଡକାମୀକୁ କାବୁ କରିଥିଲା ପୁଲିସ୍‌। ଏହା ପରଠାରୁ ଜିଲ୍ଲାର ସୀମାନ୍ତ କିମ୍ୱା ଜିଲ୍ଲାରେ କୌଣସି ନକ୍ସଲଙ୍କ ଗତିବିଧି ଦେଖିବାକୁ ମିଳିନଥିଲା। ତେବେ ଦୀର୍ଘବର୍ଷ ଧରି ନକ୍ସଲ କାର୍ୟ୍ୟକଳାପ ଦେଖାଯାଇ ନଥିବାରୁ ବୌଦ୍ଧ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବରେ ଗତ ଫେବୃଆରୀରେ ସରକାର ଘୋଷଣା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!