ମୁମ୍ବାଇ, (ବାଘୁଆବାର୍ତ୍ତା) : ମୁମ୍ବାଇରେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଜନ୍ମଦିନରେ ଡ୍ରଗ୍ସ ସହ ପାର୍ଟି କରିବା ମହଙ୍ଗା ପଡିଲା। ପାର୍ଟିରେ ଡ୍ରଗ୍ସ କାରବାର ଚାଲିଥିବାବେଳେ କେହି ଜଣେ ପୋଲିସକୁ ଗୁପ୍ତ ଭାବେ ସୂଚନା ଦେଇଥିଲା। ଏହାକୁ ଭିତ୍ତି କରି ପୋଲିସ ଟିମ୍ ବିଳମ୍ବିତ ରାତିରେ ହୋଟେଲ ଉପରେ ଚଢ଼ାଉ କରି ଅଭିନେତ୍ରୀ ଏବଂ ସାଙ୍ଗମାନଙ୍କୁ ଗିରଫ କରିଥିଲା। ଏହି ଅଭିନେତ୍ରୀଙ୍କ ନାମ ନାଇରା ନେହଲ ଶାହା ବୋଲି ଜଣାପଡିଛି। ଏହି ମାମଲା ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ଅଟେ। ବଲିଉଡ ଅଭିନେତ୍ରୀ ନେହଲ ଶାହ ଏକ ପାଞ୍ଚ ତାରକା ହୋଟେଲରେ ତାଙ୍କ ଜନ୍ମଦିନ ପାଳନ କରୁଥିଲେ। ରାତିରେ ହୋଟେଲ ଉପରେ ଚଢ଼ାଉ କରି ପୋଲିସ ଏହି ଘଟଣାର ଖୁଲାସା କରିଛି। ସେଠାରେ ବଲିଉଡରେ ଜଣେ ଅଭିନେତ୍ରୀ ଏବଂ ତାଙ୍କ ସହଯୋଗୀମାନେ ଡ୍ରଗ୍ସ ସେବନ କରିବା ସମୟରେ ତାଙ୍କୁ ରଙ୍ଗେ ହାତ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ସାନ୍ତାକ୍ରୁଜ୍ ପୋଲିସ ଏକ ମାମଲା ରୁଜୁ କରିଛି। ସାନ୍ତାକ୍ରୁଜ ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା ଯେଉଁଠାରେ କୋର୍ଟ ଉଭୟଙ୍କୁ ଜାମିନରେ ପଠାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ନାଇରା ନେହଲ ଶାହା ମଧ୍ୟ ଦୁଇଟି ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି।





