Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ଟି ମହାନଗର ନିଗମରେ ‘ନଗର ବନ’ ଯୋଜନା

by Anil Panda
August 17, 2020
in Feature News, Nayagarh
୫ଟି ମହାନଗର ନିଗମରେ  ‘ନଗର ବନ’ ଯୋଜନା
224
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ରାଜ୍ୟର ୫ଟି ମହାନଗର ନିଗମ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଞ୍ଚଳରେ ‘ନଗର ବନ’ ଯୋଜନାରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଦ୍‌କରଙ୍କୁ ଦେଇଛନ୍ତି । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାଭେଦ୍‌କର ବିଭିନ୍ନ ରାଜ୍ୟର ଜଙ୍ଗଲ ମନ୍ତ୍ରୀମାନଙ୍କ ସହ ଜଙ୍ଗଲ ବୃଦ୍ଧି, ବନୀକର, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରୀ, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପ ଆଦି ବିଷୟରେ ବ୍ୟାପକ ଆଲୋଚନା କରିଥିଲେ । ଚଳିତ ବର୍ଷ ପ୍ରୋଜେକଫ ଡଲ୍‌ଫିନ୍‌ ଓ ପ୍ରୋଜେକଫ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଡଲ୍‌ଫିନ୍‌ ଓ ସିଂହ ସଂଖ୍ୟା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ ଅନୁଯାୟୀ ଓଡ଼ିଶାରେ ଶତକଡ଼ା ୩୩.୧୫ ଭାଗ ଜଙ୍ଗଲ ବୃଦ୍ଧି ଘଟିଛି । ବିଗତ ୨୦ ବର୍ଷ ମଧ୍ୟରେ ୪୫୮୬ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବାବେଳେ ଗତ ଦୁଇବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୯ ବର୍ଗ କିଲୋମିଟର ବଢ଼ିଛି । ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସତ୍ତେ୍ୱ ଓଡ଼ିଶାର ଏହି ଉପଲବ୍ଧି ବାସ୍ତବିକ ପ୍ରଶଂସନୀୟ । କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୧ ଲକ୍ଷ ୧୦ ହଜାର ହେକଫର ପରିମିତ ଅଞ୍ଚଳରେ ଚାରା ରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ତେବେ ଏହି ଲକ୍ଷ୍ୟକୁ ଅତିକ୍ରମ କରି ଆମ ରାଜ୍ୟରେ ଚଳିତ ବର୍ଷ ୧ ଲକ୍ଷ ୩୦ ହଜାର ହେକଫରରେ ଚାରା ରୋପଣ କରାଯାଇପାରିଛି । ରାଜ୍ୟରେ ୧୩ କୋଟି ୭୦ ଲକ୍ଷ ଚାରା ଉତ୍ପାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି । ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରୀ ଖୋଲାଯିବ । ଯେଉଁ ବିଦ୍ୟାଳୟଗୁଡ଼ିକରେ ଇକୋ-କ୍ଲବ୍‌ଗୁଡ଼ିକ ଉଚ୍ଚକୋଟୀର ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି, ସେସବୁ ବିଦ୍ୟାଳୟଗୁଡ଼ିକୁ ଏହି ବିଦ୍ୟାଳୟ ନର୍ସରୀ ଯୋଜନା ପାଇଁ ଚିହ୍ନଟ କରାଯାଇଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କଲେ ଏସବୁ ବିଦ୍ୟାଳୟ ନର୍ସରୀଗୁଡ଼ିକ ବୃକ୍ଷରୋପରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ । ରାଜ୍ୟ ଜଙ୍ଗଲ ବିଭାଗ ଅନ୍‌ଲାଇନ୍‌ ଟିମ୍ବର ଟ୍ରାନ୍ସପୋର୍ଟ ପରମିଟ୍‌ ପୋର୍ଟାଲ୍‌ ଲୋକାର୍ପିତ କରିସାରିଛି । ଜାତୀୟ ଟ୍ରାନ୍‌ଜିଟ୍‌ ପାସ୍‌ ସିଷ୍ଟମ୍‌ ପୋର୍ଟାଲ୍‌କୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷ କରି ତା’ସହ ଆମର ପୋର୍ଟାଲ୍‌କୁ ସଂଯୁକ୍ତ କରାଯାଇଛି । ଏହା ଦ୍ୱାରା ରାଜ୍ୟବାସୀ ନିଜ ଜମିରେ ବିଭିନ୍ନ ମୂଲ୍ୟବାନ ବୃକ୍ଷ ଲଗାଇବା ପାଇଁ ଆଗ୍ରହୀ ହେବେ ଓ ସେମାନଙ୍କୁ ଏହା କାଟିବା ଓ ବିକି୍ର କରିବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ । ରାଜ୍ୟରେ ୧୩୧୫ ମେଟି୍ରକ୍‌ ଟନ୍‌ ରକ୍ତ ଚନ୍ଦନ କାଠ ସଂରକ୍ଷିତ ରହିଛି । ଏହାକୁ ବିକି୍ର କରିବା ପାଇଁ କେନ୍ଦ୍ର ଆବଶ୍ୟକ ଅନୁମତି ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ । ଦେଶର ବୃହତ୍‌ ନଦୀମାନଙ୍କ ଅବବାହିକା ଓ ସେଗୁଡ଼ିକର ଦୁଇକୂଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟର ମହାନଦୀ ଦୁଇପାଶ୍ୱର୍ରେ ସଂପ୍ରତି କାର୍ଯ୍ୟକାରୀ କରାଯାଉଛି । କେନ୍ଦ୍ର କାମ୍ପା ପାଣ୍ଠିରୁ ଏଥି ନିମିତ୍ତ ଆବଶ୍ୟକ ଅନୁଦାନ ପ୍ରଦାନ କଲେ ଏହା ମହାନଦୀର ଦୁଇପାଶ୍ୱର୍କୁ ସଂପୂର୍ଣ୍ଣ ସବୁଜିମାମୟ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜାଭେଦ୍‌କରଙ୍କୁ ଅନୁଦାନ ପ୍ରଦାନ ପାଇଁ ଅନୁରୋଧ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଏହି ଭିଡିଓ କନ୍‌ଫରେନ୍‌ସିଂ ବୈଠକରେ ଦେଶର ୩୦ଟି ରାଜ୍ୟର ଜଙ୍ଗଲ ମନ୍ତ୍ରୀମାନେ ଯୋଗଦେଇ ସଂପୃକ୍ତ ରାଜ୍ୟର ବନୀକରଣ ଓ ଜଙ୍ଗଲ ପରିସୀମା ବୃଦ୍ଧି ସମ୍ବନ୍ଧରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!