ବିଜେଡି ଶିବିରରେ ୯ କାଉନସିଲର
ନୟାଗଡ଼ (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଏନଏସିରେ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ, ଅଧ୍ୟକ୍ଷା ସ୍ଵାମୀଙ୍କ ଜୁଲୁମ୍, ଫଲ୍ସ ବିଲ ଭଳି ନାନାଦି ଅଭିଯୋଗରେ ଅତିଷ୍ଠ ଖଣ୍ଡପଡ଼ା ବାସି। ଯାହାକୁ ନେଇ ବୀତସ୍ପୃହ ହୋଇ କାଉନସିଲରମାନେ ତ୍ରାହି ତ୍ରାହି ଡାକୁଥିଲେ। ଗତ ଏନଏସି ନିର୍ବାଚନରେ ଅଧ୍ୟକ୍ଷା ଭାବେ ସ୍ଵାଧୀନ ପ୍ରାର୍ଥୀ ଆରତୀ ପ୍ରଧାନ ବିଜୟୀ ହୋଇଥିଲେ। ଖଣ୍ଡପଡ଼ା ଏନଏସିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ କିଛି ବିଜେଡି ଓ କିଛି ସ୍ଵାଧୀନ ରହିଥିଲେ। ଏବେ ମୋଟ ୯ ଜଣ କାଉନସିଲର ବିଜେଡି ଶିବିରରେ ପହଞ୍ଚିଥିବା ସୂଚନା ମିଳିଛି। ଆଜି କାଉନସିଲରମାନେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ନୋଟିସ ଦେବା ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି।