Saturday, November 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ଦୁଇ ମହାସଚିବ ପଦବୀରେ ମହିଳା

by Anil Panda
September 28, 2020
in Breaking, Politics, State
ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ଦୁଇ ମହାସଚିବ ପଦବୀରେ ମହିଳା
2.3k
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜୁ ଜନତା ଦଳ ତାର ଦୁଇ ପ୍ରମୁଖ ଛାମୁଆ ସଂଗଠନର ଦୁଇ ସଭାପତି ଚୟନ କରିବାରେ ଏକ ନୂଆ ଧାରା ସୃଷ୍ଟି କରିଛି । ସୁପ୍ରିମୋ ନବୀନ ବାବୁ ପୁଣି ଏକ ମାଷ୍ଟର ଷ୍ଟ୍ରୋକ ଖେଳି ବିରୋଧି ରାଜନୈତିକ ଦଳଗୁଡିକୁ ଚକ୍‌ମା ଦେଇଛନ୍ତି । ପ୍ରଥମେ କମିଟି ଚୟନ ଓ ପରବର୍ତ୍ତି ସମୟରେ ସଭାପତି ନିଯୁକ୍ତି କରିବା ଏକ ନୂଆ ନଜୀର୍‌ ଓ ପରମ୍ପରା ସୃଷ୍ଟି କରିଛନ୍ତି । ନବୀନଙ୍କ ଏହି ମାଷ୍ଟର ଫଣ୍ଡା ଏବେ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଭଳି ଅପ୍ରତ୍ୟାଶିତ ନିଷ୍ପତି ନେଇ ନବୀନବାବୁ ସାରା ଭାରତରେ ଥିବା ରାଜନୈତିକ ଦଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଗତାନୁଗତିକ ଧାରା ଓ ପରମ୍ପରାକୁ କବର ଦେଇ ଏକ ନୂଆ ଫଣ୍ଡାରେ ଛାତ୍ର ଓ ଯୁବ ସଂଗଠନ ପୁର୍ନବିନ୍ୟାସ କରାଇଛନ୍ତି । ପୂର୍ବରୁ ପ୍ରଥମେ ସଭାପତି ନିଯୁକ୍ତି କରାଯାଇ ପରେ ରାଜ୍ୟ କମିଟି , ଜିଲ୍ଲା ଓ ଜୋନ ସଭାପତି ମାନଙ୍କୁ ନିଯୁକ୍ତି କରାଯାଉଥିଲା ।

ଫଳରେ ସଭାପତିମାନେ ସେମାନଙ୍କ ଅନୁଗତ ଓ ସମର୍ଥକ ମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରୁଥିଲେ । ଏହା ଏକ ଭିନ୍ନ ତରିକା ଥିଲା । ହେଲେ ଏହି ଚିରାଚରିତ ଧାରାରେ ନବୀନବାବୁ ଏକ ପୂର୍ଣ୍ଣଛେଦ ଟାଣି ଭିନ୍ନ ପରମ୍ପରାର ମିଶାଲ ତିଆରି କରିଛନ୍ତି । ବିଭିନ୍ନ ବର୍ଗ, ମତ ଓ ଦକ୍ଷତାକୁ ପ୍ରାଧାନ୍ୟ ଦେଇ ପରୀକ୍ଷା ମୂଳକ ଭାବେ ଏହି ଦୁଇ ଛାମୁଆ ସଂଗଠନର ସରଂଚନା ମୋଟାମୋଟି ସଫଳ ହୋଇଛି । ଏଥି ସହିତ ଦଳର ଦୁଇ ଛାମୁଆ ସଂଗଠନର ମହାସଚିବ ପଦବୀରେ ଦୁଇ ଜଣ ମହିଳାଙ୍କୁ ମନୋନୀତ କରିବା ବିଜୁ ଜନତା ଦଳର ମହିଳାମାନଙ୍କ ପ୍ରତି ଥିବା ସମ୍ମାନକୁ ଦ୍ୱିଗୁଣିତ କରିଛି ।

ନବୀନ ବିଜୁ ଯୁବ ଜନତା ଦଳ ମହାସଚିବ ଭାବେ ନାରୀନେତ୍ରୀ ଏଲିନା ଦାସଙ୍କୁ ମନୋନୀତ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍‌ସିତା ସାହୁଙ୍କୁ ମନୋନୀତ କରିଛନ୍ତି । ପୃଥିବୀର ବିଭିନ୍ନ ଦେଶରେ ରାଜନୈତିକ ବିଚାରଧାରା ବଦଳିବାରେ ଲାଗିଛି , ଭାରତରେ ମଧ୍ୟ । ଓଡିଶାରେ ନବୀନବାବୁଙ୍କ କାର୍ଯ୍ୟଧାରା “ism” ତିଆରି କଲାଣି । ବର୍ତମାନର ନୂଆ ତରିକା ଆଗାମୀ କିଛି ବର୍ଷ ଭିତରେ ଦେଶର ଅନ୍ୟାନ ରାଜନୈତିକ ଦଳ ମଧ୍ୟ ଗ୍ରହଣ କରିବେ । ଏହାର ମୁଖ୍ୟ ବିନ୍ଦୁ – ପ୍ରତ୍ୟେକ କର୍ମକର୍ତା ଦଳ ଦ୍ୱାରା ମନୋନୀତ ତଥା ମୁଖ୍ୟଙ୍କ ଦ୍ୱାରା ନିଯୁକ୍ତ ଏବଂ ସଭାପତିମାନେ ମଧ୍ୟ teamର leader ଭାବରେ ଗୁରୁଦାୟୀତ୍ୱ ପ୍ରାପ୍ତ । ଏଥିରୁ ଅନୁମାନ କରାଯାଉଛି – ଦଳର କାର୍ଯ୍ୟକ୍ରମ ଆହୁରି କ୍ଷୀପ୍ରଗତିରେ ତ୍ୱରାନିତ ହେବ ଏବଂ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିବ ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!