Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନ ଘୋଷଣା କଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା

by ସଞ୍ଜୟ ସ୍ୱାଇଁ
September 20, 2018
in Feature News
28
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତନ୍ମଧ୍ୟରୁ ରହିଛି ବିନା ମୂଲ୍ୟରେ ଔଷଧ ବିତରଣ ପାଇଁ “ନିରାମୟ, ନିଶୁଳ୍କ ରୋଗ ନିରୂପଣ ପାଇଁ “ନିଦାନ’ ଓ ନିଶୁଳ୍ପ ଡାୟାଲିସସ୍ ସେବା ପାଇଁ “ସହାୟ’ ଆଦି ଯୋଜନା ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି । ସେହିପରି ଭାବେ ବିନା ମୂଲ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓ ଜନନୀ ଏକ୍ସପ୍ରେସ୍ ସେବା ମଧ୍ୟ କାର୍ଯ୍ୟକାରୀ ହେଉଛି । ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କ ନିମନ୍ତେ ସରକାରୀ ଡାକ୍ତରଖାନାରେ ପ୍ରସବକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ୧ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯାଉଛି । ରକ୍ତ ସମସ୍ୟାର ଆକ୍ରାନ୍ତ ରୋଗୀମାନଙ୍କୁ ଯାତାୟତ ଖର୍ଚ୍ଚ ପାଇଁ ୫୦୦ ଟଙ୍କା ପ୍ରଦାନ କରାଯାଉଛି । ବିଭିନ୍ନ ପ୍ରକାର ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗ ପାଇଁ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି ।

ଏତଦ୍ବ୍ୟତୀତ ବିଜୁ କୃଷକ କଲ୍ୟାଣ ଯୋଜନା, ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଜରିଆରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ପ୍ରକାଶଥାଉ କି, ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ପାଇଁ ଏତେସବୁ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ପୁଣି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପୁଣି ଏକ ନୂତନ ଯୋଜନା ରାଜ୍ୟ ସରକାର ପ୍ରଣୟନ କରିଛନ୍ତି । ଏହି ଯୋଜନାର ନାମ ରହିଛି “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ । ଏହି ଯୋଜନା ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟକାରୀ ହେବ । ଯୋଜନା ଅଧିନରେ ୭୦ଲକ୍ଷ ପରିବାର ଉପକୃତ ହେବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡି୍କରେ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ । ରାଜ୍ୟର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ବାର୍ଷିକ ପ୍ରାୟ ୪କୋଟି ୮୪ଲକ୍ଷ ରୋଗୀ ଉପସ୍ଥାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଯୋଗ ପାଇଁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇ ଦିଆଯିବ । ଏତଦ୍ବ୍ୟତୀତ ପୂର୍ବରୁ ଲାଗୁ ହୋଇଥିବା ୟୁଜର୍ସ ଫି ସମସ୍ତ ସରକାରୀ ଡାକ୍ତରଖାନାରୁ ଉଚ୍ଛେଦ କରାଯିବ । ଅର୍ଥାତ୍ ସବୁ ପ୍ରକାର ସ୍ୱାସ୍ଥ୍ୟସେବା ମାଗଣା କରାଯିବ । ଏହି ଯୋଜନାରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଓ ବିପଦଶଙ୍କୁଳ ଅବସ୍ଥାରେ ରହୁଥିବା ପରିବାରଗୁଡିକ ପାଇଁ ପ୍ରାଥମିକ ଚିକିତ୍ସା ଠାରୁ ଆରମ୍ଭ କରି ଶୀର୍ଷ ସ୍ତରୀୟ ଚିକିତ୍ସା ନିମନ୍ତେ ବର୍ଷକୁ ୫ଲକ୍ଷ ଟଙ୍କାର ସୁବିଧା ମିଳିପାରିବ । ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ଅର୍ଥାତ୍ ୭୦ଲକ୍ଷ ପରିବାରର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପୂର୍ଣ୍ଣ ହେବ । ଏହି ପରିବାର ଗୁଡିକର ମୋଟ୍ ରାଜ୍ୟର ୩.୫ କୋଟି ଲୋକ ଏହି ଯୋଜନାରେ ସାମିଲ ହେବେ ।

ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ସେହିଦିନ ଠାରୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ଆସୁଥିବା ସମସ୍ତ ଗର୍ଭବତୀ ମହିଳା ଓ ଅଶୁସ୍ଥ ଶିଶୁଙ୍କୁ ନିଜ ଘରକୁ ଫେରିବା ନିମନ୍ତେ ୫୦୦ ଟଙ୍କାର ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ । ଏହାଦ୍ୱାରା ବର୍ଷକ ୁ ୬କୋଟି ୫୦ ଲକ୍ଷରୁ ଊଦ୍ଧ ୍ୱର୍ ଗଭର୍ବ ତୀ ମହଳି । ଓ ଅସୁସ୍ଥ ନବଜାତ ଶିଶୁ ଉପକୃତ ହେବେ ବୋଲି ଜଣାପଡିଛି । ଅନ୍ୟଏକ ପକ୍ଷରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ନେଇ ଟଣାଓଟରା ଲାଗି ରହିଛି । ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରି ନାହାନ୍ତି । ଆୟୁଷ୍ମାନ ଯୋଜନାରେ ରାଜ୍ୟର ୯ଲକ୍ଷ ପରିବାର ବାଦ୍ ପଡିଥାନ୍ତେ । ଏତଦ ବ୍ୟତୀତ ରାଜ୍ୟ ସରକାର ୪୦ଭାଗ ଅର୍ଥ ଖର୍ଚ୍ଚ କରିଥାନ୍ତେ । ଏଥିଲାଗି ପ୍ରତ୍ୟେକ ଗାଁ ଗାଁରେ ପୁଣି କନ୍ଦଳ ଦେଖା ଯାଇଥାନ୍ତା । ୯୦ ପ୍ରତିଶତ ସହରବାସୀ ଏହି ଯୋଜନାରେ ସାମିଲ ହୋଇପାରି ନଥାନ୍ତେ । ଯାହାକି ଆଗାମୀ ଦିନରେ ଅସୁବିଧା ସୃଷ୍ଟି ହୋଇଥାନ୍ତା ।

ଏହି ଯୋଜନାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଆୟୁଷ୍ମାନ ଯୋଜନା ଏକ ବୀମା ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଆଶ୍ୱାସନା ଭିତ୍ତିକ ଯୋଜନା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜଣେ ନାଗରିକ ସିଧାସଳଖ ଉପକୃତ ହୋଇପାରିବେ । ଏଥିରେ କୌଣସି ବୀମା କରିବାକୁ ପଡିବ ନାହିଁ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!