ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନା ଅଞ୍ଚଳର ଜଣେ ୧୪ ବର୍ଷିୟା ନାବାଳିକାର ବିବାହ କାର୍ଯ୍ୟ ଚାଲିଥିବା ବେଳେ ଚାଇଲ୍ଡ ଲାଇନ ଏବଂ ଆଇସିଡିଏସ୍ କର୍ମଚାରୀ ଏଥିରେ ରୋକ ଲଗାଇଛନ୍ତି । କଳସାଖମଣ ପଞ୍ଚାୟତ ପୋଡ଼ାସାହି ଗ୍ରାମର ଶ୍ରୀକାନ୍ତ ନାୟକଙ୍କ ସହ ନାବାଳିକା ବିବାହ କରିବା ନେଇ ଆଜି ପ୍ରସ୍ତୁତି ସରିଥିଲା । ନାବାଳିକାଙ୍କ ପରିବାର ପକ୍ଷରୁ ଭୋଜିଭାତ ସରିଥିବା ବେଳେ ରାତିରେ ବେଦିରେ ବସାଇ ବାହାଘର କରାଯାଇଥାନ୍ତା । ଖବରପାଇ ଚାଇଲ୍ଡ ଲାଇନ ଏବଂ ଆଇସିଡିଏସ୍ କର୍ମଚାରୀ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ରାତିରେ ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର କରାଯିବା ନେଇ ଚାଇଲ୍ଡ ଲାଇନ ପକ୍ଷରୁ ଜଣାଯାଇଛି ।





