ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚୟତ ଯଦୁପୁର ଗ୍ରାମରୁ ଜଣେ ନାବାଳିକ ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାକୁ ତିନିିଦିନ ବିତିଥିବା ବେଳେ ନାବାଳିକାଙ୍କ ପତ୍ତା ମିଳୁନଥିବା ଜଣାଯାଇଛି । ସୂଚନାନୁସାରେ, ମଙ୍ଗଳବାର ନାବାଳିକା ଘର ସାମନାରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ଯାହାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଉଥିବା ବେଳେ ନାବାଳିକାଙ୍କ ବାପା ଅଶୋକ ସାହୁ ନୟାଗଡ଼ ସଦରଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ନିଖୋଜ ମାମଲା ଦାୟର କରିବା ସହ ଘଟଣାର ଖୋଳତାଡ଼ ଚଳାଇଥିବା ଜଣାଯାଇଛି ।





