ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଥିବା ବେଳେ ବିବାହ ପରେ ଜଣେ ନାବାଳିକାକୁ ଚାଇଲ୍ଡ ଲାଇନ ଉଠାଇ ଆଣିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଭାଟସାହି ଗ୍ରାମର କୁଳମଣୀ ମଲ୍ଲଙ୍କ ପୁଅ ବିପିନ ମଲ୍ଲ (୩୩) ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ଗତ ୧୩ ତାରିଖରେ ବିବାହ କରିଥିଲେ । ନାବାଳିକା ଜଣଙ୍କ ବିବାହ ପରେ ତାଙ୍କ ବାପା ଘରେ ରହିଥିବା ବେଳେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଚାଇଲ୍ଡ ଲାଇନ ଗ୍ରାମରେ ପହଂଚି ନାବାଳିକାକୁ ଉଦ୍ଧାର କରିଥିବା ଜଣାଯାଇଛି । ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର ପରେ ଷ୍ଟେ ହୋମ୍କୁ ପଠାଇ ଦିଆଯାଇଛି । ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଏବଂ ଶିଶୁ ସୁରକ୍ଷା ୟୁନିଟ୍ ଗୁରୁତର ସହ ନେଇଥିବା ବେଳେ ଜଣେ ୧୪ ବର୍ଷିୟ ନାବାଳିକାକୁ ବିବାହ କରିଥିବା ବରଙ୍କ ନାମରେ ମାମଲା ରୁଜୁ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ କଥା ଉଠୁଛି ।





