ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ନାବାଳିକା ବିବାହ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଆଜି ପୁଣି ଓଡ଼ଗାଁ ଅଂଚଳରୁ ଏକ ନାବାଳିକା ବିବାହ ଚାଲିଥିବା ବେଳେ ଓଡ଼ଗାଁ ବ୍ଲକ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଲହଡ଼ିବାଳା ପ୍ରଧାନଙ୍କ ନେତୃତ୍ୱରେ ନୟାଗଡ଼ ଚାଇଲ୍ଡ ଲାଇନ ଏବଂ ଓଡ଼ଗାଁ ଆଦର୍ଶ ଥାନା ପୋଲିସର ମିଳିତ ସହଯୋଗରେ ବିବାହ ବନ୍ଦ କରାଯାଇଛି । ବେଦୀରୁ କନ୍ୟାକୁ ଉଠାଇ ଆଣି ପ୍ରଶାସନ ପକ୍ଷରୁ ଶିଶୁ ମଙ୍ଗଳ ସମିତି ନୟାଗଡ଼କୁ ପଠାଇ ଦିଆଯାଇଛି । ବାପା ମା ଚାହିଁଲେ ସେଠାରୁ ଯାଇ ଝିଅକୁ ହେପାଜତକୁ ଆଣିପାରିବେ ବୋଲି ଜଣାଯାଇଛି । ସୂଚନା ଥାଉକି ଗତକାଲି ଏହି ଅଂଚଳରୁ ଜଣେ ନାବାଳିକା ବିବାହକୁ ମଧ୍ୟ ବନ୍ଦ କାରାଯାଇଥିଲା ।





