ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶ କ୍ରମେ ଆଜି ନବଘନପୁର ହାଇସ୍କୁଲ ପରିସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ରୋପଣ ଅଭିଯାନ ସମ୍ପର୍କିତ ଏହି ଦିନିକିଆ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁ, ମିଶନ ଶକ୍ତିର ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଏଥି ସହିତ ନୟାଗଡ଼ ଜିଲ୍ଲା ପରିଷଦ ପରିସରରେ ବିଭିନ୍ନ ପ୍ରକାରର ଫଳ ଗଛ ରୋପଣ କରାଯାଇଛି ।
ସମସ୍ତେ ଗୋଟିଏ ଗୋଟିଏ ନିଜ ମା’ଙ୍କ ନାମରେ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଏପିଓ ମିଟନ ମହାପାତ୍ର, ସ୍ଥାନୀ ୟସରପଞ୍ଚ ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠି, ସିଆରପି, ପିଓଏମବିକେ ଆଦି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ନୟାଗଡ଼ ପଞ୍ଚାୟତ ସମିତି ଓ ନୟାଗଡ଼ ଜିଲ୍ଲା ପରିଷଦ ଅଧୀନରେ ଅନୁଷ୍ଠିତ ହୋଇଥିଲା ।






