Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧାରୁ ପାଠ ଛାଡିଥିବା ଗାୟତ୍ରୀ ଫେରିଲା ବିଦ୍ୟାଳୟକୁ

by ସଞ୍ଜୟ ସ୍ୱାଇଁ
January 13, 2025
in Nayagarh, State
ଅଧାରୁ ପାଠ ଛାଡିଥିବା ଗାୟତ୍ରୀ ଫେରିଲା ବିଦ୍ୟାଳୟକୁ
337
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା – ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ତଥା ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତଥ୍ୱାବଧାନରେ ଗ୍ରାମୀଣ ଆଇନ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଶୁଭଶ୍ମିତା ମିଶ୍ର ଏବଂ ମମତା ବେହେରାଙ୍କ ହସ୍ତକ୍ଷେପରେ ପ୍ରଥମ ଦଫାରେ ଗାୟତ୍ରୀ ନାୟକ ଜାତୀୟ ସେବା ସଂସ୍ଥା ବହୁମୁଖି ଶିକ୍ଷା ନିକେତନ, ନବଘନପୁର ଛାତ୍ରୀ ଗାୟତ୍ରୀ ନାୟକଙ୍କ ବିଦ୍ୟାଳୟକୁ ପୁନଃ ପ୍ରତ୍ୟାବର୍ତ୍ତନରେ ସାଙ୍ଗ ସାଥିଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି । ପ୍ରକାଶ ଥାଉକି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ଙ୍କ ତରଫରୁ ଏକ ମାସ ତଳେ ନବଘନପୁର ବିଦ୍ୟାଳୟ ଠାରେ ଅଧାରୁ ପାଠ ଛାଡୁଥିବା ମାନଙ୍କ ପାଇଁ ଏକ ସଚେତନତା ଶିବିରି ଅନୁଷ୍ଠିତ ହୋଇଥିଲା । ସଚିବ ଜାଣିବାକୁ ପାଇଲେ ଯେ, ଏହି ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ନଆସିବାରେ ଅଛନ୍ତି ।

ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ କିପରି ଆସି ପୁଣି ପାଠ ପଢ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଦେଶ ଗଠନରେ ସହାୟକ ହେବେ ସେଥି ପାଇଁ ସେ ଗ୍ରାମୀଣ ଆଇନ ସଚେତନତା କର୍ମୀ ୩ ଜଣଙ୍କୁ ଦାୟୀତ୍ୱ ଦେଇଥିଲେ । ସଚେତନତା କର୍ମୀ ମାନେ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକଙ୍କୁ ଭେଟି ଅଧାରୁ ପାଠ ଛାଡି ବିଦ୍ୟାଳୟକୁ କିଏ କିଏ ଆସୁନାହାନ୍ତି ଏହାର ଏକ ତାଲିକା ପ୍ରଦାନ କରିଥିଲେ । ସଚେତନତା କର୍ମୀ ମାନେ ଜାଣିବାକୁ ପାଇଲେଯେ, ୯ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନାହାନ୍ତି । ତାପରେ କର୍ମୀ ପ୍ରଫୁଲ୍ଲ, ମମତା ଏବଂ ଶୁଭଶ୍ମିତା ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକଙ୍କୁ ଯୋଗାଯୋଗ କରି କରଡାବଣିର ଗାୟତ୍ରୀ ନାୟକଙ୍କୁ ଆଜି ବିଦ୍ୟାଳୟରେ ପ୍ରବେଶ କରାଇଥିଲେ । ଯାହା ଫଳରେ ବିଦ୍ୟାଳୟରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ଅବଶିଷ୍ଟ ଛାତ୍ରଛାତ୍ରୀ ଖୁବଶିଘ୍ର ପାଠ ପଢ଼ିବାକୁ ଆସିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଯିବି ମାନେ ସ୍ୱାଗତ କରିଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!