ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମରେ ଗତକାଲି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ହାତ ବାନ୍ଧି ବସିଛି । ସୂଚନାନୁସାରେ, ନୟାଗଡ଼ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡ଼ି ଗ୍ରାମର ରଶ୍ମିତା ମାଳିସାହି ଗ୍ରାମ ବ୍ରଜବନ୍ଧୁ ଦାଶଙ୍କ ସାନପୁଅ ବିପିନ ଦାଶଙ୍କୁ ଏକବର୍ଷ ତଳେ ବିବାହ କରିଥିଲେ । ଗତକାଲି ବିପିନଙ୍କ ପରିବାର ଲୋକେ ମିଶି ରଶ୍ମିତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ବିରିଡ଼ି ଗ୍ରାମର ଶତାଧିକ ଲୋକ ମାଳିସାହିରେ ପହଂଚିଥିବା ବେଳେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ଗତକାଲି ଅପରାହ୍ନ ୫ ଘଟିକା ସମୟରୁ ରଶ୍ମିତାଙ୍କ ଶବ ପଡ଼ି ରହିଥିଲେ ମଧ୍ୟ ପୁଲିସ ନୀରବ ଦ୍ରଷ୍ଟା ସାଜିଛି । ଅନ୍ୟପକ୍ଷେ, ଗ୍ରାମରେ ଶବ ପଡ଼ି ରହିବା କାରଣରୁ ପ୍ରସିଦ୍ଧ ପିଠ ଗତିିଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଛି ।






