Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବ ଦାସ ହତ୍ୟା ମାମଲା, କ୍ରାଇମ ବ୍ରାଞ୍ଚର ପଞ୍ଚମ ଦିନରେ ଦୁଇ ଜଣଙ୍କୁ ଜେରା

by ସଞ୍ଜୟ ସ୍ୱାଇଁ
March 23, 2025
in Crime, State
ନବ ଦାସ ହତ୍ୟା ମାମଲା, କ୍ରାଇମ ବ୍ରାଞ୍ଚର ପଞ୍ଚମ ଦିନରେ ଦୁଇ ଜଣଙ୍କୁ ଜେରା
72
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ନବ ଦାସ ହତ୍ୟା ମାମଲାରେ ପୁଣି ଆକ୍ଟିଭ ମୋଡ୍‌ରେ କ୍ରାଇମବ୍ରାଞ୍ଚ । ପଞ୍ଚମ ଦିନରେ ୨ ଜଣଙ୍କୁ ଜେରା କରିଛି ତଦନ୍ତକାରୀ ଟିମ୍‌ । ହତ୍ୟା ସମୟର ପ୍ରତ୍ୟକ୍ଷଦର୍ଶୀ ଥିବା ଜୀବନ ନାୟକଙ୍କ ବୟାନ ରେକର୍ଡ କରାଯାଇଛି । ପୂର୍ବ ବୟାନ ସହ ବର୍ତ୍ତମାନର ବୟାନ ମେଳ ଖାଉଛି କି ନାହିଁ ତାହା ଯାଞ୍ଚ କରିଛି ଟିମ୍‌ । ହତ୍ୟାକାଣ୍ଡ ସମୟରେ ନବଙ୍କୁ ଫୁଲମାଳ ପିନ୍ଧାଉଥିଲେ ଜୀବନ । ତାଙ୍କ ବେକରେ ଗୁଳି ବାଜିବା ପରେ ନବଙ୍କ ଛାତିରେ ବାଜିଥିଲା । ସେପଟେ ପ୍ରଥମ ଥର ପାଇଁ ପୋଲିସଠାରୁ ବନ୍ଧୁକ ଛଡ଼ାଇଥିବା ସରୋଜ ସାଙ୍କୁ ଜେରା କରାଯାଇଛି । ହତ୍ୟାକାଣ୍ଡ ସମୟରେ ଉପସ୍ଥିତ ଥିଲେ ସରୋଜ । ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ । ନବ ଦାସ ହତ୍ୟା ମାମଲାରେ ୫ ଦିନ ହେବ ବିଭିନ୍ନ ବ୍ୟକ୍ତିଙ୍କୁ ଚାଲିଛି ମାରାଥନ ଜେରା । ପରିବାର ଲୋକ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ତେବେ ଆବଶ୍ୟକ ପଡ଼ିଲେ ତତ୍କାଳୀନ ଆଇଆଇସି ଓ ଏସଡିପିଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ତଦନ୍ତ କିନ୍ତୁ ଏଯାଏ କ୍ରାଇମବ୍ରାଞ୍ଚକୁ ମିଳିପାରିନି ହତ୍ୟାକାଣ୍ଡରେ ବ୍ୟବହୃତ ଗୁଳି । ସେପଟେ ହସ୍ପିଟାଲରୁ ଇସିଜି ରିପୋର୍ଟ ଗାଏବ ଘଟଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!