Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହତ୍ୟାକାରୀ କୁ ଆଜୀବନ କାରାଦଣ୍ଡ ଓ ଜୋରିମାନା

by ସଞ୍ଜୟ ସ୍ୱାଇଁ
March 23, 2025
in Crime, Nayagarh, State
ଗ୍ରାହକଙ୍କୁ ଠକିବା ଓ ମାନସିକ ନିର୍ୟାତନା ଦେବା ମହଙ୍ଗା ପଡ଼ିଛି ରାଜଧାନୀର ଏକ କାର୍‌ ସୋ ରୁମ୍‌କୁ
221
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ମଣିପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୯ ମସିହାରେ ମୁଦଲା ବାହନ ଖଟେଇ, ତାପସ ଜେନା, ଶଙ୍କର ଦଳେଇ, ଅଶୋକ ଖଟେଇ, ଟୁଲୁ ଜେନା, ଧରମା ରାଉତ, ପ୍ରଦୀପ ଦଳେଇ ମୃତକ ଅର୍ଜୁନ ବଳିୟାରସିଂ ଙ୍କୁ ଜୀବନରେ ମାରିଦେବା ପାଇଁ ପ୍ରସ୍ତୁତ ହୋଇଥିଲେ । ସାଙ୍ଗରେ ବିଭିନ୍ନ ମାରଣାସ୍ତ୍ର ଯଥା, ପିସ୍ତଲ, ବୋମା, ଭୁଜାଲି, ଖଣ୍ଡା ଇତ୍ୟାଦି ଧରି ମଣିପୁର ବନ୍ଧ ନିକଟରେ ଛପି ରହିଥିଲେ | ଅର୍ଜୁନ ବଳିୟାରସିଂ ବନ୍ଧକୁ ଝାଡା ଓ ଗାଧୁଆ ସାରି ସନ୍ଧ୍ୟାବେଳେ ଘରକୁ ଫେରୁଥିବା ସମୟରେ ଉପରୋକ୍ତ ମୁଦାଲା ମାନେ ଅର୍ଜୁନଙ୍କୁ ବଳପୂର୍ବକ ଉଠାଇ ନେବାପାଇଁ ଚେଷ୍ଟା କରୁଥିବାରେ ସେହିଗ୍ରାମର ଚାରିଜଣ ଲୋକ ବାରଣ କରିବାରୁ, ମୁଦାଲାମାନେ ପାଖରେ ରଖିଥିବା ପିସ୍ତଲରୁ ଫାଙ୍କା ଗୁଳି ଚାଳନା କରି ଅର୍ଜୁନଙ୍କୁ ଉଠାଇ ନେବାରେ ସଫଳ ହେଲେ |ସେଠାରୁ କିଛି ବାଟନେଇ ଖଣ୍ଡା, ଭୁଜାଲି ଦ୍ୱାରା ଆକ୍ରମଣକରି ତାଙ୍କୁ ଜୀବନରେ ମାରିଦେଇ ପକାଇଦେଲେ | ଅପହରଣ ସ୍ଥଳରେ ଥିବା ପ୍ରତ୍ୟକ୍ଷ ଦର୍ଶୀ ଚାରିଜଣ ମୃତକ ଅର୍ଜୁନଙ୍କ ପତ୍ନୀ ରଶ୍ମିତା ବଳିୟାରସିଂ ଙ୍କୁ ଘଟଣା ସମ୍ପର୍କରେ ଜଣାଇଦେଲେ | ରଶ୍ମିତା ଫତେଗଡ଼ ଥାନାରେ ଲିଖିତ ଭାବେ ଜଣାଇ ଅନେକ ଖୋଜିଲେ ରାତିରେ କିନ୍ତୁ ପାଇଲେ ନାହିଁ | ସକାଳେ ଖୋଜିବାପରେ, ସ୍ୱାମୀଙ୍କର କ୍ଷତ ମୃତ ଶରୀରକୁ ପାଇଲେ ବନ୍ଧଠାରୁ କିଛି ଦୂରରେ | ଫତେଗଡ଼ ଥାନା କେଶ ନଂ -୧୭୮/୨୦୧୯ ରେ ଏକ ମାମଲା ରୁଜୁ କରାଯାଇ ଆସାମୀ ମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ଧାରା 120(B), 364,307,302/34 25,27 Arms Act, 3,4 Explosive and substance Act ରେ ମାମଲା ରୁଜୁକରି ତଦନ୍ତ କରି ଆସାମୀ ବାହନ ଖଟେଇ ଓ ଅନ୍ୟ ଛଅ ଜଣଙ୍କ ବିରୁଦ୍ଧରେ ପୋଲିସ ଚାର୍ଜସିଟ ଦାଖଲ କଲା | ସର୍ବମୋଟ 15 ଜଣ ସାକ୍ଷୀଙ୍କ ବୟାନ, ସରକାରୀ ଓକିଲ ଅନୱାର ମଲ୍ଲିକ ଙ୍କ ଯୁକ୍ତିକୁ ଆଧାର କରି ମାନ୍ୟବର ଅତିରିକ୍ତ ଜିଲ୍ଲାଜଜ ରୀଜା ରାୟ ମୁଦଲା ବାହନ ଖଟେଇ କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ଦଶହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି | ଅନ୍ୟ ଛଅ ଜଣ ଆସମୀ ଅଦ୍ୟାବଧି ଫେରାର ଅଛନ୍ତି |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!